ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା। ଏଥିପାଇଁ ମହାପ୍ରଭୁଙ୍କ ସ୍ୱିତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଗୁରୁବାର ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ହେବ। ଏଣୁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

ସନ୍ଧ୍ୟା ୬ଟା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ବୁଧବାର ଦିନ ସାଧାରଣ ଲୋକେ ଚିତାଲାଗି ଅମାବାସ୍ୟା ପାଳନ କରିଛନ୍ତି। ତେବେ ଦିନକ ପରେ  ଦେବାଳୟରେ ଏହି ଅମାବାସ୍ୟା ପାଳନ କରାଯିବ।

Comment