ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଅଫିସର ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଭାରତୀୟ ପାଣିପାଗର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଛନ୍ତି।

‘‘ଓଡ଼ିଶାକୁ ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏକ ପ୍ରୟୋଗଶାଳା କୁହାଯାଉଛିା ଏହାର କାରଣ ଭାରତ ବର୍ଷରେ ଯେତେ ପ୍ରକାର ପ୍ରାକୃତିକ ଦୁର୍ବିପାକ ଅଛି ସେ ମଧ୍ୟରୁ ଅଧିକାଂଶ ଓଡ଼ିଶାରେ ହିଁ ହୋଇଥାଏ। ଓଡ଼ିଶା ଏକ ଦୁର୍ବିପାକ ପ୍ରବଣ ଅଞ୍ଚଳ। ଓଡ଼ିଶାର ଭୌଗଳିକି ସ୍ଥିତି ଯୋଗୁଁ ଓଡ଼ିଶାରେ ଏମିତି ପ୍ରାକୃତିକ ଦୁର୍ବିପାକ ହୋଇଥାଏ।‘‘ ଓଡ଼ିଶାଲାଇଭ୍‌କୁ ଦେଇଥିବା ଏକ ଫୋନ୍‌ ଇନରେ କହିଥିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଥିଲେ, ବାତ୍ୟା ସାଧାରଣତଃ ଏପ୍ରିଲ, ମେ, ଜୁନ୍, ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ହୋଇଥିାଏ। ଏହି ବାତ୍ୟାଗୁଡ଼ିକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିାଏ। ପୃଥିବୀ ପଶ୍ଚିମରୁ ପୂର୍ବ ଘୂରି ବୁଲୁଥିବା ହେତୁ ବାତ୍ୟାଗୁଡ଼ିକ ଉତ୍ତର-ପଶ୍ଚିମ ଦିଗରେ ଗତି କରନ୍ତି।

ଯଦି ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ସୃଷ୍ଟି ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରନ୍ତି ତାହାଲେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ନହେଲେ ଓଡ଼ିଶାକୁ ଆସିବେ। ତେଣୁ ପ୍ରତିବର୍ଷ ଓଡ଼ିଶାକୁ ଗୋଟିଏ ବାତ୍ୟା ପ୍ରଭାବିତ କରିଥାଏ।

Comment