ଓଡ଼ିଶାଲାଇଭ୍ ବ୍ୟୁରୋ

ମହାକାଶକୁ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିଛି ଭାରତ। ଏହାର ସଫଳତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବୈଜ୍ଞାନିକମାନେ ବେଦ ଓ ପୁରାଣକୁ ଅନୁଧ୍ୟାନ କରିବା ଦରକାର। କାରଣ ଚନ୍ଦ୍ର ଓ ମହାକାଶ ବିଜ୍ଞାନ ଉପରେ ବେଦ ଓ ପୁରାଣରେ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି।

‘‘ଚନ୍ଦ୍ରକୁ ନେଇ ବିଷ୍ଣୁ ପୁରାଣ, ବାୟୁ ପୁରାଣ ଓ ବେଦ ଆଦିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି। ବୈଦିକ ଶାସ୍ତ୍ରରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା, ଚନ୍ଦ୍ରର ପରିଧିକୁ ଆକଳନ କରାଯାଇଛି। ପ୍ରାଚୀନ ଯୁଗରେ ମହାକାଶ ବିଜ୍ଞାନ ବେଶ୍ ଆଗକୁ ଯାଇଥିଲା। ଏନେଇ ବିଭିନ୍ନ ପୁରାଣରେ ବର୍ଣ୍ଣନା କରାଯାଇଛି’’, କହିଛନ୍ତି ଶଙ୍କରାଚାର୍ଯ୍ୟ।

କୁହାଯାଉଛି ଚନ୍ଦ୍ରଯାନ-୨ ମିଶନରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅବଦାନ ରହିଛି। ଶଙ୍କରାଚାର୍ଯ୍ୟଙ୍କଠାରୁ ବୈଦିକ ଗାଣିତିକ ସୂତ୍ର ନେଇ କାମରେ ଲଗାଇଥିଲା ଇସ୍ରୋ। ମିଶନ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶଙ୍କରାଚାର୍ଯ୍ୟ ଅନେକ ଦିଗ୍‌ଦର୍ଶନ ଦେଇଥିବା କୁହାଯାଉଛି। ଏହାସହ ଚନ୍ଦ୍ରଯାନ ମହାକାକୁ ଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ ନିଜେ ଶ୍ରୀହରିକୋଟାସ୍ଥିତ ପ୍ରୟୋଗଶାଳା ପରିଦର୍ଶନରେ ଯାଇଥିବା କୁହାଯାଉଛି।

Comment