ଓଡ଼ିଶାଲାଇଭ ବ୍ୟୁରୋ

୬ ଅଗଷ୍ଟକୁ ଘୁଞ୍ଚିଲା ଅଯୋଧ୍ୟା ବିବାଦ ମାମଲାର ଶୁଣାଣି। ଓପନ୍ କୋର୍ଟରେ ହେବ ଶୁଣାଣି। ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଏହି ମାମଲାରେ ଗଠନ ହୋଇଥିବା ମଧ୍ୟସ୍ଥତା କମିଟି ବିଫଳ ହୋଇଥିବା କଥା ମଧ୍ୟ କହିଛନ୍ତି। ଅଯୋଧ୍ୟା ବିବାଦର ସମାଧାନ ପାଇଁ ୩୧ ଜୁଲାଇ ପର୍ଯ୍ୟନ୍ତ ମଧ୍ୟସ୍ଥତା କମିଟିକୁ ସମୟ ଦିଆଯାଇଥିଲା।

ମମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, “ଆମେ ଏହି ମାମଲାର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବୁ। ମଧସ୍ଥତା କମିଟିଠୁ କୌଣସି ସୁଫଳ ମିଳିପାରିନାହିଁ। ତେଣୁ ଅଗଷ୍ଟ ୬ରେ ଓପନ୍ କୋର୍ଟରେ ଏହି ମମଲାର ଶୁଣାଣି ହେବ।“

ଗୁରୁବାର ମଧ୍ୟସ୍ଥତା କମିଟି ପକ୍ଷରୁ ଏକ ରିପୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଥିଲା। ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଏଫଏମ କାଲିଫୁଲ୍ଲାଙ୍କ ନେତୃତ୍ଵରେ ଏକ ମଧ୍ୟସ୍ଥତା କମିଟି ଗଠନ ହୋଇଥିଲା। ଏଥିରେ ଶ୍ରୀଶ୍ରୀ ରବିଶଙ୍କର ଓ ଶ୍ରୀରାମ ପଞ୍ଚୁ ମଧ୍ୟ ରହିଥିଲେ।

ଏମାନେ ବିବାଦର ସମାଧାନ ପାଇଁ ଚେଷ୍ଟା କରିଥିଲେ। ତେବେ କିଛି ପକ୍ଷ ମଧ୍ୟସ୍ଥତା କମିଟିର ନିଷ୍ପତ୍ତିରେ ସହମତ ହୋଇନଥିଲେ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ଵର ୧୭ରେ ଅବସର ନେବେ। ଏହାପୂର୍ବରୁ ସେ ଏହି ବିବାଦ ଶୁଣାଣି କରିବେ ବୋଲି ଚର୍ଚ୍ଚା ହେଉଛି।

Comment