ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବର ଫିରୋଜପୁର ନିକଟରୁ ପାକିସ୍ତାନରୁ ଭାରତ ଆସିଥିବା ଜଣେ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି। ବିଏସ୍‌ଏଫ ଯବାନ ଗିରଫ କରିଥିବା ଏହି ଅନୁପ୍ରବେଶକାରୀକୁ ପଚରାଉଚରା ଚାଲିଛି। ଅନୁପ୍ରବେଶ କରିବା ପଛର କାରଣ ଜାଣିବାକୁ ଚେଷ୍ଟା କରୁଛି ବିଏସ୍‌ଏଫ୍‌।

ପଚରାଉଚରା ସମୟରେ ବ୍ୟକ୍ତିଜଣକ ତା’ ନାଁ ୟାକୁବ ବୋଲି କହିଛି। ସେ ପାକସ୍ତାନର ଟୋବା ଟେକ୍‌ କାସୁରର ବାସୀନ୍ଦା ବୋଲି ସ୍ୱୀକାର କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଫିରୋଜପୁର ନିକଟରୁ ଏହି ପାକିସ୍ତାନ ଅନୁପ୍ରବେଶକାରୀକୁ ଗିରଫ କରିଥିଲା।

ଏପଟେ ପାକସ୍ତାନ ଅନୁପବେଶକାରୀ ଗିରଫ ହୋଇଥିଲା ବେଳେ ସେପେଟ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ତେବେ ଜମ୍ମୁ କଶ୍ମୀରର କିଛି ବଡ଼ ଧରଣର ଆକ୍ରମଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment