ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଣ୍ଟ (କେଏସ୍ଓଏମ୍) ବିଭାଗ ପକ୍ଷରୁ ଶନିବାର ଦଶମ ଏଚଆର୍ କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଦେଶର ପ୍ରତିଷ୍ଠିତ କମ୍ପାନିମାନଙ୍କର ମାନବ ସମ୍ବଳର ମୁଖ୍ୟମାନେ ଯୋଗଦେଇଥିଲେ।

କେଏସ୍ଓଏମର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ଭାଜପେୟୀ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଓ ଭାଇସ୍‌ ଚାନ୍ସେଲର ପ୍ରଫେସର ହୃଷିକେଶ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ଯେ, “କିଟ୍ ବିଶ୍ୱବିଦ୍ୟାଳୟ ନିକଟରେ ୟୁନିଭରସିଟି ଅଫ୍ ଏମିନେଣ୍ଟସର ମାନ୍ୟତା ପାଇଲା। ମାତ୍ର ୨୦ ବର୍ଷ ଭିତରେ କିଟ୍ ଓ କିସ୍ ଅନୁଷ୍ଠାନ ସାରା ବିଶ୍ୱରେ ଯେଉଁ ଖ୍ୟାତି ଅର୍ଜନ କରିପାରିଛି ଚାହିଁ ସମ୍ବବ ହୋଇଛି କେବଳ ଭଲ ମାନବ ସମ୍ବଳ ପାଇଁ। କେଏସ୍ଓଏମରୁ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏବେ ଦେଶର ପ୍ରତିଷ୍ଠିତ କମ୍ପାନିରେ କାମ କରୁଛନ୍ତି।”

କେଏସ୍ଓଏମ୍ର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ବାଜପେୟୀ କହିଛନ୍ତି ଯେ, “ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସିଧାସଳଖ ଭାବେ ପ୍ରତିଷ୍ଠିତ ଏଚ୍‌ଆର୍‌ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କଲେ। ସେମାନେ ଆଗାମୀ ଦିନରେ ମାନବ ସମ୍ବଳର ଗୁରୁତ୍ଵ ଏବଂ ଦାୟିତ୍ୱ କ’ଣ ହେବା ଦରକାର ତାହା ବିଷୟରେ ଅବଗତ ହେଲେ। ଯାହାକି ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ସହାୟକ ହେବ।”

Comment