ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ଟେକ୍ସାସ ରାଜ୍ୟ ଏଲ ପାସୋରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡ ଏଲ ପାସୋରେ ଥିବା ଏକ ସପିଂ ମଲ୍‌ରେ ହୋଇଛି। ଶନିବାର ସପିଂ ମଲ୍‌ରେ ଗ୍ରାହକଙ୍କ ପ୍ରବଳ ଭିଡ଼ ରହିଥିଲା ବେଳେ ହଠାତ ଜଣେ ଯୁବକ ଲୋକଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ।

କିଛି କ୍ଷଣ ଭିତରେ ସପିଂ ମଲ୍‌ର ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଖୁସିରେ ସପିଂ କରିବାକୁ ଆସିଥିବା ଲୋକଙ୍କ ପାଇଁ ଏହି ଦିନଟି ଦୁଃଖରେ ପରିଣତ ହୋଇଗଲା। ୨୦ ଜଣଙ୍କର ପ୍ରାଣ ଯାଇଥିଲା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି।

ତେବେ ଏହି ଗୁଳିକାଣ୍ଡ ପଛରେ କ’ଣ କାରଣ ରହିଛି ଏନେଇ ତଦନ୍ତ ଆରମ୍ଭ କରିଛି  ଟେକ୍ସାସ୍‌ ପୋଲିସ। ଗୁଳିକାଣ୍ଡ ଭଆଇଥିବା ଯୁବକ ଜଣକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକ ଜଣକ ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ପଚରାଉଚରା କରୁଛି।

ଗତ ସପ୍ତାହରେ କାଲିଫର୍ଣ୍ଣିଆରେ ଏମିତି ଏକ ଗୁଳିକାଣ୍ଡ ହୋଇଥିଲା ବେଳେ ଟେକ୍ସାସରେ ଏହାର ପୁନରାବୃତ୍ତି ଘଟିଛି।

Comment