ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶନିବାର ବିଧାନସଭାରେ ବିଚାର ବିଭାଗୀୟ କମିସନ ତଦନ୍ତ ରିପୋର୍ଟ ଉପସ୍ଥାପନ କରି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ମିଛ ବୋଲି କହିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଅନ୍ୟପଟେ ମୃତ ପୀଡ଼ିତାଙ୍କ ପରିବାର ଏହାକୁ ମିଛ ଦର୍ଶାଇ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଶନିବାର କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ କମିସନଙ୍କ ରିପୋର୍ଟ ଗୃହରେ ଉପସ୍ଥାପନା ହେବା ପରେ ଏହାକୁ ମିଛ ଦର୍ଶାଇଛନ୍ତି ପୀଡ଼ିତାଙ୍କ ଖୁଡ଼ି। ପୀଡ଼ିତାକୁ ଦୁଷ୍କର୍ମ ଯଦି ହେଇନାହିଁ ତେବେ ଏତେ ଦିନ ଧରି ସରକାର କୋରାପୁଟ ମେଡିକାଲରେ ଏବଂ ଏସ୍‌ସିବି ମେଡିକାଲରେ ତାର କି ଚିକିତ୍ସା କରୁଥିଲେ ବୋଲି ପୀଡ଼ିତାଙ୍କ ଖୁଡ଼ି ପ୍ରଶ୍ନ କରିଛନ୍ତି।

ସରକାରଙ୍କ ଉପରେ ଭରସା ନଥିବାରୁ ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି।

Comment