ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଶନ ଚନ୍ଦ୍ରଯାନ ୨ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଚନ୍ଦ୍ରଯାନ ଉତକ୍ଷେପଣର ୧୨ ଦିନ ପରେ ଗତକାଲି ପୃଥିବୀରର ଫଟୋ ଉତ୍ତୋଳନ କରିଛି ଚନ୍ଦ୍ରଯାନ ୨ରେ ଥିବା ବିକ୍ରମ ଲ୍ୟାଣ୍ଡର ଅତ୍ୟାଧୁନିକ କ୍ୟାମେରା। ଏହି କ୍ୟାମେରା ପୃଥିବୀ ପୃଷ୍ଠର ଏକାଧିକ ଫଟୋ ସଂଗ୍ରହ କରିଛି।

ଫଟୋଗୁଡ଼ିକ ଏଲଆଇଫୋର କ୍ୟାମେରାରେ ଗତକାଲି ଉତ୍ତୋଳିତ ହୋଇଥିବା ଇସ୍ରୋ ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି।

ଏକାଧିକ ଟୁଇଟ କରି ଇସ୍ରୋ ଏହି ଫଟୋ ସବୁକୁ ପୋଷ୍ଟ କରିଛି। ଗତ ଜୁଲାଇ ୨୨ ତାରିଖରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ୨ ମହାକାଶକୁ ଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ସଫଳ ଭାବେ ଉତକ୍ଷେପଣ କରାଯାଇଥିଲା। ଏହି ଚନ୍ଦ୍ରଯାନ ମିଶନ ପାଇଁ ୯୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Comment