ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ମିଛ। ଏନେଇ ଶନିବାର ବିଧାନସଭାରେ ବିଚାର ବିଭାଗୀୟ କମିସନ ତଦନ୍ତ ରିପୋର୍ଟ ଉପସ୍ଥାପନ କରିବା ପରେ ସିଧାସଳଖ ସରକାରଙ୍କୁ ତୀର ମାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଅସନ୍ତୋଷ ପ୍ରକାଶ କରି କମିସନଙ୍କ ରିପୋର୍ଟକୁ ସମାଲୋଚନା କରିଛନ୍ତି ନିରଞ୍ଜନ।
ନିରଞ୍ଜନ କହିଛନ୍ତି, “ଆମ ପ୍ରଶାସନ ଏତେ ଦକ୍ଷ ଯେ, ଦୁଷ୍କର୍ମ ଅଭିଯୁକ୍ତ କିଏ ଜାଣି ପାରିଲେ ନାହିଁ। ଏଭଳି ସ୍ଥିତିରେ ଓଡ଼ିଶାର ନାରୀ କିଭଳି ସୁରକ୍ଷିତ ଥିବେ ତାହା ଏଥିରୁ ଜଳଜଳ କରି ଜଣାପଡ଼ୁଛି। କୁନ୍ଦୁଲି ଦୁଷ୍କର୍ମ ମାମଲା ତଦନ୍ତରେ ହେରଫେର କରାଯାଇଛି।”
ନିରଞ୍ଜନଙ୍କ ଆକ୍ଷେପକୁ ଜବାବ ଦେଇଛି ବିଜେଡି। କୁନ୍ଦୁଲି ରିପୋର୍ଟର ସମାଲୋଚନା ପରିପ୍ରେକ୍ଷୀରେ ବିଜେଡି ନିଜ ପ୍ରତିକ୍ରିୟା ରଖିଛି।
ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, “କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର କମିସନ ବସାଇଥିଲେ। କମିସନଙ୍କ ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପିତ କରାଯାଇଥିଲା। କମିସନଙ୍କ ରିପୋର୍ଟ ଉପରେ ଆଲୋଚନା ସମାଲୋଚନା କରିବା ଠିକ୍ ନୁହେଁ।”