ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏନେଇ ରାଜ୍ୟସଭାରେ ଆଗତ କରାଯାଇଥିବା ସମସ୍ତ ସଂକଳ୍ପକୁ ବିଜୁ ଜନତା ଦଳ(ବିଜେଡି) ସମର୍ଥନ କରିଛି। ଏନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଜମ୍ମୁ କଶ୍ମୀର ଆଜି ଭାରତର ଅବିଚ୍ଛେଦ ଅଙ୍ଗ ହୋଇଗଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ସାରା ଦେଶ ସମାନ ହୋଇଯିବ। ଆମେ ଆଞ୍ଚଳିକ ଦଳ ହୋଇ ମଧ୍ୟ ଏହାକୁ ସମର୍ଥନ ଜଣାଉଛୁ।”

ବିଜେଡି ସମେତ ଏଆଇଡିଏମ୍‌କେ, ଶିବସେନା ଏହାକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ବିଜେପିର କଡ୍ଡା ବିରୋଧି ବିଏସପି ମଧ୍ୟ ଏହାକୁ ସମର୍ଥନ କରିଛି। ଏହାଛଡ଼ା ଅନ୍ୟ ଆଞ୍ଚଳିକ ଦଳ ଡିଏମକେ, ଏମଡିଏମକେ ଓ ଜେଡିୟୁ ଏହାକୁ ବିରୋଧ କରିଥିଲେ।

ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩୭୦ ଉଚ୍ଛେଦ ସହ କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରସ୍ତାବ ଆଗତ କରିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଚଣ୍ଡିଗଡ଼ ପରି ବିଧାନସଭା ରହିବ ନାହିଁ, କିନ୍ତୁ ଜମ୍ମୁ କଶ୍ମୀରରେ ଦିଲ୍ଲୀ ଓ ପୁଡୁଚେରି ପରି ବିଧାନସଭା ରହିବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି

Comment