ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ସ୍ୱାଧୀନ ହେବାର ୭୨ ବର୍ଷ ପରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପୂର୍ବରୁ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇଛି। ସେହି ପ୍ରତିଶ୍ରୁତି ଅନୁସାରେ ବିଜେପି ସରକାର ଆସିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବ। ଆଜି ଏହି ପ୍ରତିଶ୍ରୁତିର ପାଳନ କରିଛନ୍ତି ମୋଦି ସରକାର।

ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ କଶ୍ମୀରରେ ଅନେକ ନିୟମରେ ପରିବର୍ତ୍ତନ ହେବ।

ଆସନ୍ତୁ ଜାଣିବା ଧାରା ୩୭୦ ହଟିବା ପରେ କ’ଣ ହେବ?

ପୂର୍ବରୁ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା। ଏବେ ଏହି ମାନ୍ୟତା ହରାଇବ ଜମ୍ମୁ କଶ୍ମୀର।

ଜମ୍ମୁ କଶ୍ମୀରରେ ଅଲଗା ସମ୍ବିଧାନ ରହିପାରିବ ନାହିଁ। ପୂର୍ବରୁ ଜମ୍ମୁ କଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଥିଲା।

ବିଧାନସଭା କାର୍ଯ୍ୟକାଳ ୬ ବର୍ଷ ପରିବର୍ତ୍ତେ ୫ ବର୍ଷ ରହିବ।

କଶ୍ମୀରର ସ୍ୱତନ୍ତ୍ର ପତାକା ପରିବର୍ତ୍ତେ ତ୍ରିରଙ୍ଗା ହିଁ ଏକମାତ୍ର ପତାକା ରହିବ।

ରାଜ୍ୟପାଳ ଶାସନ ବ୍ୟବସ୍ଥା ପରିବର୍ତ୍ତେ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ହେବ।

ବାହାର ଲୋକ ଜମ୍ମୁ କଶ୍ମୀରରେ ସମ୍ପତ୍ତି କିଣି ପାରୁନଥିଲେ ଏବେ ବାହାର ଲୋକ ସମ୍ପତ୍ତି କିଣି ପାରିବେ।

ଜମ୍ମୁ କଶ୍ମୀରର ନାଗରିକମାନଙ୍କର ୨ ପ୍ରକାରର ନାଗରିକତା ମିଳିଛି। ଏହି ଧାରା ଉଠିବା ପରେ କେବଳ ଭାରତୀୟ ନାଗରିକତା ମିଳିବ।

Comment