ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ଐତିାହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଏହି ନିଷ୍ପତ୍ତି ଅନୁସାରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ସହ ଦୁଇ ଭାଗରେ ବିଭାଜନ ହୋଇଛି। ଗୋଟିଏ ଜମ୍ମୁ କଶ୍ମୀର ଓ ଅନ୍ୟଟି ଲଦାଖ। ଅର୍ଥାତ୍‌ ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହେବ।

ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ସହିତ ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଜମ୍ମୁ କଶ୍ମୀରରେ ବିଧାନସଭା ରହିବ ମାତ୍ର ଲଦାଖରେ ବିଧାନସଭା ରହିବ ନାହିଁ।

ଆଜି ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌ ଉପସ୍ଥାପନ ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏହା ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି, ‘‘ଧାରା ୩୭୦ ରାଜ୍ୟକୁ ଦେଶ ସହିତ ଯୋଡ଼ୁ ନାହିଁ ବରଂ ତାହା ବିଚ୍ଛିନ୍ନ କରିକି ରଖିଛି। ତେଣୁ ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି ଶାହା କହିଛନ୍ତି।‘‘

Comment