ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରକୁ ନେଇ କେନ୍ଦ୍ରରେ ମୋଦି ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଜମ୍ମୁ କଶ୍ମୀର ଧାରା ୩୭୦କୁ ଉଚ୍ଛେଦ କରିଯିବା ସହ ଲଦାଖକୁ କଶ୍ମୀରରୁ ଅଲଗା କରି ଉଭୟକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବଳରେ ଆମ ଦେଶର ଭୌଗୋଳିକ ସ୍ଥିତି ବଦଳି ଯାଇଛି।

ଏପର୍ଯ୍ୟନ୍ତ ଭାରତରେ ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ହେଲେ ମୋଦି ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଫଳରେ ଦେଶର ରାଜ୍ୟ ସଂଖ୍ୟା ୨୮କୁ କମିଯିବ। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ବଢ଼ି ୭ ହୋଇଯିବ।

ସୋମବାର ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରି ଏକ ଅଲଗର କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଘୋଷଣା କରିଛନ୍ତି। ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ହେବ ଜମ୍ମୁ କଶ୍ମୀର। ସେହିପରି ଲଦାଖ ଏକ ପୂର୍ଣ୍ଣ କେନ୍ଦ୍ର ଶାସିତ ଅଞ୍ଚଳ ହେବ।

ଜମ୍ମୁ କଶ୍ମୀର ଓ ଲଦାଖ ଅଲଗା ହେବା ପରେ ବର୍ତ୍ତମାନ ଭାରତ ୯ଟି କେନ୍ଦ୍ରଶାସିତ ଅଞ୍ଚଳ ହେବ। ସେଗୁଡ଼ିକ ହେଲା, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଳୀ, ଡାମନ ଡିଉ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚୋରୀ, ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ଲଦାଖ।

ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ରଶାସିତ ଅଞ୍ଚଳ ହେଲେ ପୁଡୁଚୋରୀ, ଦିଲ୍ଲୀ ଏବଂ ଜମ୍ମୁ କଶ୍ମୀର। ସେହିପରି ବିଧାନସଭା ନଥିବା ପୂର୍ଣ୍ଣ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଲେ ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାଭେଳୀ, ଡାମନ ଡିଉ, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଓ ଲଦାଖ।

Comment