ଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଆମେରିକା। ପ୍ରତିକ୍ରିୟାରେ ଆମେରିକା ଏନେଇ କୌଣସି ଆପତ୍ତି ଉଠାଇ ନାହିଁ। ହେଲେ ଜମ୍ମୁ କଶ୍ମୀରର ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରି ରଖିବା ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ମୋର୍ଗାନ ଅର୍ତାଗସ୍‌।

ଜମ୍ମୁ କଶ୍ମୀରବାସୀଙ୍କୁ ଅଧିକାର ଓ ସମ୍ମାନ ଏଥିସହ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଭାରତ ସରକାର ଆଲୋଚନା କରନ୍ତୁ ବୋଲି ପରାମର୍ଶ ଦେଇଛି ଆମେରିକା। ଏହାସହିତ ଏଲଓସିରେ ଶାନ୍ତି ରଖିବାକୁ ଆମେରିକା କହିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସଂସଦରେ ବିଲ୍‌ ଆଣିବା ପରେ ଆମେରକିକାକୁ ଅବଗତ କରାଇଥିଲା ଭାରତୀୟ ବୈଦେଶିକ ବିଭାଗ। ଆମେରିକା ସହିତ ଚୀନ, ୠଷ, ଫ୍ରାନ୍ସ ଓ ବ୍ରିଟେନକୁ ଭାରତୀୟ ବୈଦେଶିକ ବିଭାଗ ଜଣାଇଛି।

Comment