ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କେତେକ ଫିଲ୍ମକୁ ଟ୍ୟାକ୍ସ-ଫ୍ରି ବା କରମୁକ୍ତ ଘୋଷଣା କରାଯାଇଛି। ନିକଟ ଅତୀତରେ କେତେକ ହିନ୍ଦୀ ସିନେମାକୁ ମଧ୍ୟ ଟ୍ୟାକ୍ସ-ଫ୍ରି କରାଯାଇଛି।

ବଲିଉଡରେ ନିକଟ ଅତୀତରେ ଯେଉଁ ସବୁ ହିନ୍ଦୀ ସିନେମାକୁ ଟ୍ୟାକ୍ସ-ଫ୍ରି ବା କରମୁକ୍ତ ଘୋଷଣା କରାଯାଇଛି, ସେ ସମ୍ପର୍କରେ ଆସନ୍ତୁ ଜାଣିବା…

ଟଏଲେଟ୍ଏକ ପ୍ରେମ କଥା

ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ତଥା ଅନିଲ କୁମାର ଓ ଭୂମି ପେଡେନକରଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ଟଏଲେଟ୍  ଏକ ପ୍ରେମ କଥା’ (୨୦୧୭) ସ୍ୱଚ୍ଛତା ଅଭିଯାନ ଉପରେ କାହାଣୀକୁ ନେଇ ତିଆରି ହୋଇଥିଲା। ଏହାକୁ କେତେକ ରାଜ୍ୟରେ କରମୁକ୍ତ କରାଯାଇଥିଲା।

ମାଁଝି ମାଉଣ୍ଟେନ୍ ମ୍ୟାନ୍

ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ଅଭିନୀତ ‘ମାଁଝି ଦ ମାଉଣ୍ଟେନ୍ ମ୍ୟାନ’କୁ ବିହାର ଓ ଉତ୍ତରାଖଣ୍ଡରେ କରମୁକ୍ତ କରାଯାଇଥିଲା। ଏହା ୨୦୧୫ରେ ମୁକ୍ତିଲାଭ କରିଥିଲା।

ହିନ୍ଦୀ ମିଡିଅମ୍

ଏହି କମେଡି-ଡ୍ରାମାକୁ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜୁରାଟ ଭଳି ରାଜ୍ୟରେ କରମୁକ୍ତ ଘୋଷିତ ହୋଇଥିଲା। ଏଥିରେ ଇରଫାନ୍ ଖାନ୍ ଓ ସବା କମର ଲିଡ ରୋଲରେ ଥିଲେ।

ଏୟାରଲିଫ୍ଟ

ଅକ୍ଷୟ କୁମାର ଷ୍ଟାରର ମୁଭି ‘ଏୟାର ଲିଫ୍ଟ’ ପାଖାପାଖି ୧୨୮ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ଫିଲ୍ମକୁ ଉତ୍ତରପ୍ରଦେଶ ଓ ବିହାର ସରକାର କରମୁକ୍ତ ଘୋଷଣା କରିଥିଲେ। ଏଥିରେ ଅକ୍ଷୟ କୁମାର ଜଣେ ସଫଳ ଭାରତୀୟ ବ୍ୟବସାୟୀ ଭୂମିକାରେ ଅଭିନୟ କରିଥିଲେ।

ଦଙ୍ଗଲ

ସର୍ବଜନାଦୃତ ସିନେମା ‘ଦଙ୍ଗଲ’ ଦିଲ୍ଲୀ, ହରିଆଣା ଓ ଉତ୍ତରପ୍ରଦେଶରେ କରମୁକ୍ତ ଘୋଷିତ ହୋଇଥିଲା। ଏଥିରେ ଅମୀର ଖାନ୍, ସାକ୍ଷୀ ତନୱାର, ଫାତିମା ସାନା ଶେଖ୍ ଓ ସନାୟା ମାଲହୋତ୍ରା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ଜଣେ କୁସ୍ତି ଯୋଦ୍ଧା ମହାବୀର ସିଂହଙ୍କ ଜୀବନ ଆଧାରିତ ଥିଲା।

ବାଜିରାଓ ମସ୍ତାନୀ

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁସାଲୀଙ୍କ ଫିଲ୍ମ। ବାଜିରାଓ ମସ୍ତାନୀଙ୍କ ଉତ୍ତରପ୍ରଦେଶ ସରକାର କରମୁକ୍ତ ଘୋଷଣା କରିଥିଲେ। ଏଥିରେ ରଣବୀର ସିଂହ, ଦୀପିକା ପାଦୁକୋନ୍ ଓ ପ୍ରିୟଙ୍କା ଚୋପ୍ରା ଲିଡରୋଲରେ ଥିଲେ। ଏହା ମରାଠୀ ଉପନ୍ୟାସ ‘ରାଓ’ ଉପରେ ଆଧାରିତ ଥିଲା, ଯେଉଁଥିରେ ମରାଠା ପେଶୱା ବାଜିରାଓଙ୍କ ଜୀବନୀ ଦର୍ଶାଯାଇଥିଲା।

ନୀଲ ବଚ୍ଚେ ସନ୍ନାଟା

ଏହି ଫିଲ୍ମକୁ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ କରମୁକ୍ତ ଘୋଷଣା କରାଯାଇଥିଲା। ଏଥିରେ ସ୍ୱରା ଭାସ୍କର ଚନ୍ଦା ସହାୟ ନାମ୍ନୀ ଜଣେ ଚାକରାଣୀ ଭୂମିକାରେ ଅଭିନୟ କରିଥିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାର କାହାଣୀରେ ପ୍ରଭାବିତ ହୋଇ ଜଣେ ନିର୍ମାତା “ନୀଲ ବଚ୍ଚେ ସନ୍ନାଟା’କୁ ତାମିଲ ଭାଷାରେ ରିମେକ୍ କରିଥିଲେ, ଯାହାର ଟାଇଟଲ୍ ହେଲା ‘ଆମ୍ମା କାନାକୁ”। ଏହାପରେ ଏହି ଚଳଚ୍ଚିତ୍ର ମାଲୟାଲମ ଭାଷାରେ ବି ନିର୍ମିତ ହୋଇଛି। ଟାଇଟଲ୍ ରହିଛି ‘ଉଧାରନାମ୍ ସୁଜାତା’।

ସଚିନ୍ଏ ବିଲିଅନ୍ ଡ୍ରିମସ

ଏହା ଏକ ବାୟୋପିକ୍ ସିନେମା। ପ୍ରଖ୍ୟାତ କ୍ରିକେଟ୍ ଖେଳାଳି ସଚିନ୍ ତେନ୍ଦୁଲକରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମଟି ହିନ୍ଦୀ, ମରାଠୀ, ଇଂରାଜୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ୍ ହୋଇଥିଲା। ଏହାକୁ ଛତିଶଗଡ଼, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ଓଡ଼ିଶା ସରକାର କରମୁକ୍ତ ଘୋଷଣା କରିଥିଲେ।

ମେରିକମ୍

ଏହା ହେଉଛି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସିନେମା। ଏହାର କଥାବସ୍ତୁ ବିଶ୍ୱପ୍ରସିଦ୍ଧ ବକ୍ସିଂ ମହିଳା ଚାମ୍ପିଅନ୍ ମେରିକମଙ୍କ ଜୀବନୀ ଉପରେ ଆଧାରିତ ଥିଲା ସଞ୍ଜୟ ଲୀଳା ଭଁସାଳିଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଓମଙ୍ଗକୁମାର। ଏହି ସିନେମାକୁ ଉତ୍ତରପ୍ରଦେଶ, ଆସାମ ଓ ମହାରାଷ୍ଟ୍ରରେ କରମୁକ୍ତ କରାଯାଇଥିଲା।

ନୀରଜା

ସୋନମ୍ କପୁରଙ୍କ ଅଭିନୀତ ‘ନୀରଜା’କୁ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ କରମୁକ୍ତ କରାଯାଇଥିଲା। ଏଥିରେ ସୋନମ କପୁରଙ୍କ ବ୍ୟତୀତ ଶବାନା ଆଜମୀ, ୟୋଗେନ୍ଦ୍ର ଟିକୁ ଓ ଶେଖର ରାଭଜିଆନି ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ‘ନୀରଜା’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଓ ସୋନମ କପୁରଙ୍କୁ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Comment