ଓଡ଼ିଶାଲାଇଭ ବ୍ୟୁରୋ

ଲୋକାୟୁକ୍ତ ସଦସ୍ୟ ଭାବେ ଓଡ଼ିଶା ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ରାଜଭବନ ପକ୍ଷରୁ ସୂଚନା ମିଳିଛି। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜ୍ୟ ସରକାର ରାଜେନ୍ଦ ପ୍ରସାଦଙ୍କ ନାଁ ସୁପାରିଶ କରିଥିଲେ। ତେବେ ଏହି ସୁପାରିଶକୁ ରାଜ୍ୟପାଳ ଗଣେଶି ଲାଲ୍ ଗ୍ରହଣ କରିଛନ୍ତି।

ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ଵେଚ୍ଛାକୃତ ଭାବେ ଡିଜିପି ପଦରୁ ଅବସର ପାଇଁ ଆବେଦନ କରିଛନ୍ତି। ସେ ଯିବା ପରେ ପୋଲିସ ଡିଜିପି କିଏ ହେବ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତାଙ୍କ ପରେ ସୁନୀଲ ରାୟ ପୋଲିସ ଡିଜିପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment