ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ବରିଷ୍ଠ ନେତ୍ରୀ ତଥା ମୋଦି ସରକାରଙ୍କ ପ୍ରଥମ ପାଳିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସୁଷମାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରମାନେ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇଥିଲା। ଶେଷରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ଲୋକସଭାରେ ପାସ୍‌ କରିଥିବାରୁ ସୁଷମା କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାପରେ ହଠାତ ସୁଷମା ଅସୁସ୍ଥ ହୋଇଯାଇଥିଲେ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବାକୁ ନେଇ ବିଜେପି ସାରା ଦେଶରେ ଉତ୍ସବ ପାଳିବାକୁ ଚାହୁଁଥିବା ବେଳେ ବରିଷ୍ଠ ନେତ୍ରୀ ସୁଷମାଙ୍କ ଦେହାନ୍ତ ଦଳରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

ମୋଦି ସରକାରଙ୍କ ପ୍ରଥମ ପାଳିରେ ସୁଷମା ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ୨୦୧୬ରେ ତାଙ୍କ କିଡ୍‌ନୀ ପ୍ରତ୍ୟାରୋପଣ ହୋଇଥିଲା। ସେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ୨୦୧୯ରେ ସୁଷମା ନିର୍ବାଚନ ଲଢ଼ି ନଥିଲେ।

Comment