ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦି ସରକାର ସୋମବାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦(୩୫ଏ) ଉଚ୍ଛେଦ କରିଛନ୍ତି। ହେଲେ ଏହାକୁ ଲାଗୁ କରିବା ପାଇଁ ଏବେବି ସମସ୍ୟା ରହିଛି। କାରଣ ଧାରା ୩୭୦କୁ ନେଇ ଏବେ ସରକାରଙ୍କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଛି।

ଜଣେ ବରିଷ୍ଠ ଆଇନଜୀବୀ ମନୋହର ଲାଲ ଶର୍ମା କୋର୍ଟରେ ଏନେଇ ଆବେଦନ କରିଛନ୍ତି। ସରକାର ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ଧାରା ୩୬୭ରେ କିଛିଟା ସଂଶୋଧନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ସେ କହିଛନ୍ତି।

ମନୋହର ଲାଲ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଅସମ୍ବିଧାନିକ ଢଙ୍ଗରେ ନିଜ ମନମାନି କରି ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହି ମାମଲାରେ ଶୀଘ୍ର ଶୁଣାଣି କରିବା ପାଇଁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ହେଲେ କୋର୍ଟ କେବେ ଏହି ମାମଲାର ଶୁଣାଣି କରିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନାହିଁ।

Comment