ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରରେ ମୋଦି ସରକାର ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରିବାର ପ୍ରଭାବ ଆଜି ସେୟାର ମାର୍କେଟ ଉପରେ ପଡ଼ିଛି। ଆଜି କାରବାର ଆରମ୍ଭ ହେବା ପୂର୍ବରୁ ଷ୍ଟକ ମାର୍କେଟ୍‌ ସ୍ଥିତି ଦୁର୍ବଳ ରହିଥିଲା।

ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ନିବେଶକମାନେ ନିଜ ପାଖରେ ଥିବା ସେୟାଗୁଡ଼ିକୁ ବିକ୍ରି କରିଦେଇଛନ୍ତି। ଫଳରେ ବିଏସ୍‌ଇ(ବମ୍ବେ ଷ୍ଟକ ଏକ୍ସଚେଞ୍ଜ)ରେ ସେନସକ୍ସ ୪୧୮ ପଏଣ୍ଟ ଖସିଯାଇ ୩୬,୬୭୦ ପଏଣ୍ଟରେ ଅଟକି ଯାଇଛି। ସେହିପରି ଜାତୀୟ ଷ୍ଟକ ଏକ୍ସଚେଞ୍ଜର ନିଫ୍‌ଟିରେ ମଧ୍ୟ ୧୩୫ ପଏଣ୍ଟ ଖସିଯାଇ ୧୦,୮୬୨ ପଏଣ୍ଟରେ ବନ୍ଦ ହୋଇଛି।

ସେହିପରି କ୍ୟାପିଟାଲ ମାର୍କେଟ୍‌ରେ ଆଜି ସ୍ଥିତି ବହୁତ ଖରାପ ରହିଛି। ମାର୍କେଟ୍‌ରେ ୬୦୦ କମ୍ପାନିର ସେୟାର ମୂଲ୍ୟ ତଳକୁ ଖସି ଆସିଛି। ୩୭୦ ଉଚ୍ଛେଦ ପଳରେ ବେଦାନ୍ତ, ଟଟା ଷ୍ଟିଲ, ହିଣ୍ଡାଲକୋ, ଗେଲ୍‌, ଟାଟା ମୋଟର୍‌ସ, କୋଲ୍‌ ଇଣ୍ଡିଆ ଭଳି ବଡ଼ ବଡ଼ କମ୍ପାନିର ସେୟାର ଦାମ୍‌ କମିଯାଇଛି।

ଅନ୍ୟପକ୍ଷରେ ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରିବାର ପ୍ରଭାବ ମୁଦ୍ରା ବଜାର ଉପରେ ପଡ଼ିଥିବା ବେଖିବାକୁ ମିଳିଛି। ୧ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୧ ଟଙ୍କା ୧୩ ପଇସା ଦୁର୍ବଳ ହୋଇପଡ଼ିଛି। ଗତ କାଲି ଏକ ଡଲାରର ମୂଲ୍ୟ ୬୯.୬୦ ଟଙ୍କା ଥିଲା। ଯାହା ଆଜି ୭୦ ଟଙ୍କା ୭୩ ପଇସା ହୋଇଯାଇଛି।

Comment