ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏବେ ସେ ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବେ। ଲୋକାୟୁକ୍ତ ସଦସ୍ୟ ଭାବେ  ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର।

ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆରପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ କରିଥିଲେ। ଗତକାଲି ଏହି ସୁପାରିଶକୁ ରାଜ୍ୟପାଳ ଅନୁମୋଦନ ଦେବା ପରେ ଆରପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି।

Comment