ଓଡ଼ିଶାଲାଇଭ ବ୍ୟୁରୋ

ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ବୋର୍ଡ ସଭାପତି। ପାସ୍ ହାର ୪୩.୬୩% ରହିଛି।

ଏହାସହ ଓପନ୍ ସ୍କୁଲରେ ମଧ୍ୟ ରେଜଲ୍ଟ ପ୍ରକାଶ ପାଇଛି। ଓପନ୍ ସ୍କୁଲର ପାସ ହାର ୬୩.୪୪% ପ୍ରତିଶତ ରହିଛି। ପରୀକ୍ଷା ଫଳ ବାହାରିବା ପରେ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ବୋର୍ଡ ଓ୍ଵେବସାଇଟରେ ଦେଖିପାରିବେ।

ଚଳିତ ବର୍ଷ ୨୮ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେହିପରି ଓପନ ସ୍କୁଲରେ ୯ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏହି ପରୀକ୍ଷାର ଖାତା ଦେଖା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୩ରେ ଶେଷ ହୋଇଥିଳା।

Comment