ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ୬୭ ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ଏମ୍‌ସରେ ତାଙ୍କର ଦେହାନ୍ତ ହୋଇଛି। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।

ତାଙ୍କର ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରିଥିଲେ। ସୁଷମାଙ୍କ ଦେହାନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ‘‘ସୁଷମାଙ୍କ ହେହାନ୍ତ ପାଇଁ ଗଭୀର ଦୁଃଖ ଅନୁଭବ କରୁଛି। ସେ ଜଣେ ସମ୍ମାନିତ ଏବଂ ବିଦ୍ୱାନ୍ ନେତା ଥିଲେ।ସୁଷମାଙ୍କ ପରଲୋକ ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।

ସୁଷମା ସ୍ୱରାଜଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସୁଷମାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇଥିଲା। ଶେଷରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comment