ଓଡ଼ିଶାଲାଇଭ୍ ବ୍ୟୁରୋ

ରେପୋ ରେଟ୍‌ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍‌ରେ ୩୫ ବେସିସ୍ ପଏଣ୍ଟ ବା ୫.୪୦ ପ୍ରତିଶତ ହ୍ରାସ କରିଛି ଆର୍‌ବିଆଇ। ଏବେ ରେପୋ ରେଟ୍‌ ୭ ପ୍ରତିଶତରୁ ହ୍ରାସ ହୋଇ  ୬.୯ ପ୍ରତିଶତ କରିଦିଆଯାଇଛି।

ଗୃହ ଋଣ ଓ କାର୍‌ ଋଣର ଇଏମ୍‌ଆଇ କମ୍‌ ହେବ। ଯାହାର ଫାଇଦା ଲୋକ ସିଧାସଳଖ ପାଇପାରିବେ।

ରେପୋ ରେଟ୍‌ କ’ଣ?          

ଆର୍ଥିକ ସଙ୍କଟ ବେଳେ ଯେତେବେଳେ ଆର୍‌ବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଲୋନ୍‌ ଦେଇଥାଏ ତାହାକୁ ରେପୋ ରେଟ୍‌ ବୋଲି କୁହାଯାଇଥାଏ। ବ୍ୟାଙ୍କମାନଙ୍କ ପାଖରେ ଫଣ୍ଡର ଅଭାବ ହେଲେ ତାହାକୁ ପୂରଣ କରିବା ଲାଗି ଆରବିଆଇଠୁ ଲୋନ୍‌ ଆଣିଥାନ୍ତି। ଆର୍‌ବିଆଇ ବ୍ୟାଙ୍କମାନଙ୍କୁ ଦେଉଥିବା ଲୋନ୍‌ ଫିକ୍ସିଡ୍‌ ଆମାଉଣ୍ଟରେ ଦେଇଥାଏ। ଯାହାକୁ ରେପୋ ରେଟ୍‌ କୁହାଯାଏ।

Comment