ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜମ୍ମୁ କଶ୍ମୀର ସହିତ ବଲିଉଡର ଗଭୀର ସଂପର୍କ ରହିଛି। ବଲିଉଡ ଫିଲ୍ମ ମେକର୍ସଙ୍କ ପାଇଁ ଜମ୍ମୁ କଶ୍ମୀର ହିଁ ସବୁଠୁ ସୁନ୍ଦର ଲୋକେସନ। ସେଥିଲାଗି ଅଧିକାଂଶ ଫିଲ୍ମ ଜମ୍ମୁ କଶ୍ମୀରରେ ସୁଟିଂ ହୋଇଥାଏ। ଆସନ୍ତୁ ଜାଣିବା ସେମିତି କେତୋଟି ବଲିଉଡ ଫିଲ୍ମ ଯେଉଁଥିରେ ଜମ୍ମୁ କଶ୍ମୀରର ସୁନ୍ଦର ଝଲକ ସହିତ ସେଠାକାର ପରିସ୍ଥିତିକୁ ଆପଣ ଦେଖିବାକୁ ପାଇଥିବେ।

ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ୨୦୧୬ରେ ଫିଲ୍ମ ‘ଫିତୁର’ ରିଲିଜ ହୋଇଥିଲା। ଏଥିରେ ସିଦ୍ଧାର୍ଥ ରାୟ କପୁର, କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ। ଏଥିରେ ସିଦ୍ଧାର୍ଥ ଜଣେ କଶ୍ମୀରୀ ଯୁବକ ଭୂମିକାରେ ଅଭିନୟ କରିଥିଲେ।

୨୦୧୪ରେ ରିଲିଜ ହୋଇଥିଲା ବିଶାଳ ଭରଦ୍ୱାଜଙ୍କ ଫିଲ୍ମ ‘ହାଇଦର’। ଏଥିରେ ଶାହିଦ କପୁର ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ଜରିଆରେ ଜମ୍ମୁ କଶ୍ମୀରର ରାଜନୈତିକ ପରିସ୍ଥିତି ଦେଖାଇବାକୁ ଚେଷ୍ଟା ହୋଇଥିଲା।

୨୦୦୬ରେ ୟଶରାଜ ବ୍ୟାନରରେ ଫିଲ୍ମ ‘ଫନା’ ରିଲିଜ ହୋଇଥିଲା। ଏଥିରେ ଅମିର ଖାନ, କାଜଲ ମୁଖ୍ୟ ଚରିତ୍ରରେ ଆସିଥିଲେ। ଏଥିରେ ଅମିର ଖାନ ଜଣେ ଆତଙ୍କବାଦୀ ଓ କାଜଲ ଜଣେ କଶ୍ମୀରୀ ଯୁବତୀ ଚରିତ୍ରରେ ଅଭିନୟ କରିଥିଲେ।

ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଫିଲ୍ମ ‘ୟହାଁ’ରେ କଶ୍ମୀରରେ ଆତଙ୍କବାଦୀ ଓ ସେନାର ଭୂମିକା ଦେଖାଯାଇଥିଲା। ୨୦୦୫ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଜିମି ସେରଗିଲ ମୁଖ୍ୟ ଚରିତ୍ରରେ ଥିଲେ।

ଫିଲ୍ମ ‘ମିଶନ କଶ୍ମୀର’ ୨୦୦୦ରେ ରିଲିଜ ହୋଇଥିଲା। ଏଥିରେ ସଞ୍ଜୟ ଦତ୍ତ ଜଣେ ଆର୍ମି ଅଫିସର ଭାବେ ଅଭିନୟ କରିଥିଲା ବେଳେ ହ୍ରିତିକ ରୋଶନ ଜଣେ କଶ୍ମୀର ଯୁବକ ଭାବେ ନଜର ଆସିଥିଲେ।

Comment