ଓଡ଼ିଶାଲାଇଭ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ଉପରେ ମୁହଁ ଖୋଲିଛି ଆମେରିକା। “ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇଛି ଭାରତ। ଜମ୍ମୁରେ ସ୍ଵତନ୍ତ୍ର ସମ୍ଵିଧାନ ଉପରେ ରୋକ ଲଗାଇବା ପୂର୍ବରୁ ଭାରତ ସରକାର ଆମେରିକାଠୁ କୌଣସି ପରାମର୍ଶ ନେଇନାହିଁ କି ସୂଚନା ମଧ୍ୟ ଦେଇନାହିଁ” କହିଛି ଆମେରିକା।

ମଙ୍ଗଳବାର ଆମେରିକା କହିଛି, “ଜମ୍ମୁ କଶ୍ମୀରରୁ ଭାରତ ସରକାର ୩୭୦ ଧାରା ଉଠାଇବା ଖବର ଆମକୁ ମିଳିଛି। ଏହାକୁ ଭାରତ ସରକାର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି।“


ତେବେ କଶ୍ମୀରର କିଛି ନେତାଙ୍କୁ ବନ୍ଦୀ କରାଯାଇଥିବା ଖବର ଉପରେ ସେ ଚିନ୍ତା ପ୍ରକାଶ କରିଛନ୍ତି। ସୀମାରେ ଶାନ୍ତି ବଜାୟ ରକିବା ପାଇଁ ଆମେରିକା ଦୁଇ ଦେଶଙ୍କୁ ପରାମର୍ଶ ଦେଇଛି। ଏହାସହ ଧାରା ୩୭୦ ଉଠିବା ଖବର ପରେ ଆମେ କଶ୍ମୀର ଉପରେ ନଜର ରଖିଛୁ ବୋଲି ଆମେରିକା କହିଛି।

କଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଭାରତ ସରକାର ସୋମବାର ଉଚ୍ଛେଦ କରିଛନ୍ତି। ଏହାସହ କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଇଛି।

Comment