ଓଡ଼ିଶାଲାଇଭ ବ୍ୟୁରୋ

ଟି-୨୦ ସିରିଜ ସରିବାର ଦିନକ ପରେ ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଆରମ୍ଭ ହେବ। ଦଇଦଳ ମଧ୍ୟରେ ୩ଟି ଦିନିକିଆ ସିରିଜ ଖେଳାଯିବ। ପ୍ରଥମ ଦିନିକିଆ ଗୁରୁବାର ଗୟନାଠାରେ ଖେଳାଯିବ। ତେବେ ଟି-୨୦ ପରି ଦିନିକିଆ ସିରିଜକୁ ମଧ୍ୟ ଭାରତ କବଜା କରିବା ଲକ୍ଷ୍ୟରେ ରହିବ।

ଅନ୍ୟପକ୍ଷରେ ଓ୍ଵେଷ୍ଟଇଣ୍ଡିଜ ଦଳ ଟି-୨୦ର ବଦଲା ନେବାକୁ ପଡ଼ିଆକୁ ଓହ୍ଲାଇବ। ଦଳ ଟି-୨୦ ହାରିବା ପରେ ଘରୋଇ ମାଟିରେ ଦିନିକିଆ ଉପରେ ନଜର ରଖିଛି। ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଫେରିବା ପରେ ଦଳର ଆତ୍ମବିଶ୍ଵାସ ବଢ଼ିଯାଇଛି। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କ୍ରାଲୋସ ବ୍ରାଥଓ୍ଵେଟ ଓ ଜାସନ ହୋଲ୍ଡର ଉପରେ ଭାରତ ନଜର ରଖିବ।

ସେହିପରି ଦିନିକିଆ ଦଳକୁ ଭାରତର ଓପନର ଶିଖର ଧଓ୍ଵନ ଫେରିବା ନେଇ ସମ୍ଭାବନା ରହିଛି। ବିଶ୍ଵକପରୁ ଆହତ ସମସ୍ୟାରୁ ବାଦ ପଡ଼ିବା ପରେ ଟି-୨୦ରେ ବିଫଳ ହୋଇଥିଲେ। ତେବେ ଏହି ଦିନିକିଆରେ ଦଳ ତାଙ୍କ ଉପରେ ଭରସା କରିଛି। ସେହିପରି ନବଦୀପ ସାଇନି ଭାରତୀୟ ଦିନିକିଆ ଦଳରେ ପଦାର୍ପଣ କରିପାରନ୍ତି।

ସାମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ଵନ, ଲୋକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷବ ପନ୍ତ, ରବିନ୍ଦ୍ର ଜାଡେଜା, କୁଲଦିପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ଵର କୁମାର, ଖଲିଲି ଅହମ୍ମଦ, ନବଦିପ ସାଇନି।

ସାମ୍ଭାବ୍ୟ ଓ୍ଵେଷ୍ଟଇଣ୍ଡିଜ ଦଳ – ଜାସନ ହୋଲ୍ଡର, କ୍ରିସ ଗେଲ, ଜନ କ୍ୟାମ୍ପବେଲ, ଏଭିନ ଲୁଇସ, ସାଇ ହୋପ, ସିମରନ ହେଟମାର, ନିକୋଲାସ ପୂରନ, ରଷ୍ଟନ ଚେଜ, ଫାବିଆନ ଆଲେନ, କ୍ରାଲୋସ ବ୍ରାଥଓ୍ଵେଟ, କିମୋ ପଲ, ସେଲଡନ କଟ୍ରେଲ, ଓସାନେ ଥୋମାସ, କେମାର ରୋଚ।

Comment