ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟି-୨୦ ସିରିଜ ସରିବାର ଦିନକ ପରେ ଆଜି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ସିରିଜ ଖେଳାଯିବ। ତେବେ ଆଜି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ଇଣ୍ଡିଜ ଦଳ।

ଆଜି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଦଳକୁ ଫେରିଛନ୍ତି। ତେବେ ଗେଲ୍‌ଙ୍କୁ ନେଇ ଦଳର ଆତ୍ମବିଶ୍ଵାସ ବଢ଼ିଯାଇଛି। ସେହିପରି ଦଳ ପକ୍ଷରୁ କ୍ରାଲୋସ ବ୍ରାଥଓ୍ଵେଟ ଓ ଜାସନ ହୋଲ୍ଡର ଉପରେ ଭାରତ ନଜର ରଖିବ।

ଅନ୍ୟପକ୍ଷରେ ବିଶ୍ୱକପ୍‌ରେ ଆହତ ହୋଇଥିବା ଭାରତର ଓପନର ଶିଖର ଧଓ୍ଵନ ଦିନିକିଆ ଦଳକୁ ଫେରିଛନ୍ତି। ତେବେ ଏହି ଦିନିକିଆରେ ଦଳ ତାଙ୍କ ଉପରେ ଭରସା କରିଛି। ଦିନିକିଆରେ ଦଳରେ ଘାତକ ବୋଲର ନବଦୀପ ସାଇନିଙ୍କୁ ସ୍ଥାନ ମିଳିନି।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ

ଏଭିନ ଲୁଇସ୍‌, କ୍ରିସ୍‌ ଗେଲ୍‌, ସାଇ ହୋପ(ୱିକେଟ୍‌ କିପର), ନିକୋଲାସ୍‌ ପୁରାନ୍‌, ସିମ୍‌ରନ ହେଟ୍‌ମିର, ଜସନ ହୋଲ୍ଡର(ଅଧିନାୟକ), କାର୍ଲୋ ବ୍ରେଥ୍‌ୱେଟ୍‌, ଫାବିଆନ ଆଲେନ୍‌, ଜନ୍‌ କ୍ୟାମ୍ପବେଲ୍‌, ସେଲ୍‌ଡନ୍‌ କଟ୍ରେଲ, କେମାର ରୋଚ୍‌।

ସମ୍ଭାବ୍ୟ ଭାରତ ଏକାଦଶ

ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ଶ୍ରୀୟାସ ଆୟର, ରିଷଭ୍‌ ପନ୍ତ(ୱିକେଟ୍ କିପର), କେଦାର ଯାଦବ,  ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, କୁଳଦୀପ ଯାଦବ, ମହମ୍ମଦ ସାମି, କେ ଖଲିଲ ମହମ୍ମଦ

Comment