ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ଶୀଘ୍ର ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବେ। ବର୍ତ୍ତମାନ ଏହା କେବଳ ବ୍ୟାଙ୍କିଂ ଆୱାର୍ସ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତେବେ ଆସନ୍ତା ଡିସେମ୍ବର ପହିଲାରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ ସୁବିଧା ମିଳିବ। ଏନେଇ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଏନ୍ଇଏଫ୍‌ଟି ପେମେଣ୍ଟ ସିଷ୍ଟମ କେବଳ ବ୍ୟାଙ୍କିଂ ଆୱାର୍ସରେ ଉପଲବ୍ଧ ରହିଛି। ଯିବ ଆପଣ ସନ୍ଧ୍ୟା ୭ଟା ପରେ ଏନ୍ଇଏଫ୍‌ଟି ଜରିଆରେ କିଛି ଟ୍ରାଞ୍ଜକ୍ସନ କରୁଛନ୍ତି, ତେବେ ଏହି ଟ୍ରାଞ୍ଜକ୍ସନ ଏହାର ପରଦିନ ପୁରା ହେଉଛି। ଅନ୍ୟପକ୍ଷରେ ରବିବାର ସମେତ ସମସ୍ତ ବ୍ୟାଙ୍କ ଛୁଟିରେ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନ ଉପଲବ୍ଧ ରହୁନାହିଁ।

ବୁଧବାର ଆରବିଆଇର ଏହି ନୂଆ ନିୟମ ଅନୁଯାୟୀ, ଆସନ୍ତା ଡିସେମ୍ବର ପହିଲାରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ ସୁବିଧା ମିଳିବ। ଏନ୍ଇଏଫ୍‌ଟି ଜରିଆରେ ଯେକୌଣସି ସମୟରେ ଟଙ୍କା ପଠାଇଲେ ଟ୍ରାଞ୍ଜକ୍ସନ ତୁରନ୍ତ ପୁରା ହୋଇଯିବ।

ଏପର୍ଯ୍ୟନ୍ତ ଆଇଏମ୍‌ପିଏସ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଂ ଜରିଆରେ ଗ୍ରାହକ ଏହି ସୁବିଧା ପାଉଛନ୍ତି। ତେବେ ଡିସେମ୍ବର ପହିଲାରୁ ଏହା ଏନ୍ଇଏଫ୍‌ଟିରେ ମଧ୍ୟ ଉପଲବ୍ଧ ହେବ। ସୂଚନଯୋଗ୍ୟ, ଆରବିଆଇ ଗତ ଜୁଲାଇ ୧ରୁ ଏନ୍ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ଟ୍ରାଞ୍ଜକ୍ସନ ଉପରେ ଲାଗୁଥିବା ଟାକ୍ସକୁ ହଟାଇ ଦେଇଥିଲେ।

Comment