ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡ଼ ଭାଙ୍ଗିଯିବା କାରଣରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁବାର ଉପବାଚସ୍ପତି ଭୁବନେଶ୍ୱରସ୍ଥିତ ବାସଭବନକୁ ଆସିଥିଲେ। ସେହି ସମୟରେ ଚଟାଣରେ ଗୋଡ଼ ଖସିବା କାରଣରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି।

ରଜନୀକାନ୍ତ ସିଂ ବିଜୁ ଜନତା ଦଳରୁ ପ୍ରତିନିଧିତ୍ୱ କରି ଚାରିଥର ବିଧାୟକ ହୋଇଛନ୍ତି। ଅନୁଗୁଳ ବିଧାନସଭା ଆସନରୁ ସେ ଲଗାତାର ଚତୁର୍ଥଥର ପାଇଁ ବିଧାୟକ ହୋଇ ବିଧାନସଭା ଆସିଛନ୍ତି। ୨୦୦୪ରୁ ଆରମ୍ଭ କରି ୨୦୧୯ ମସିହା ପର୍ଯ୍ୟନ୍ତ ହୋଇଥିବା ସାଧାରଣ ନିର୍ବାଚନରେ ସେ ଏହି ଆସନରୁ ବିଜୟୀ ହୋଇଛନ୍ତି।

ଚଳିତବର୍ଷ ଜୁନ୍ ୨୭ ତାରିଖରେ ବିଧାନସଭାରେ ସର୍ବସମ୍ମତି କ୍ରମେ ରଜନୀକାନ୍ତ ସିଂଙ୍କୁ ବିଧାନସଭାର ଉପ ବାଚସ୍ପତି ଭାବରେ ଚୟନ କରାଯାଇଥିଲା।

Comment