ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ବିଳିବିଳଉଛି ପାକିସ୍ଥାନ। ତେବେ ଏଭଳି ପରିସ୍ଥିତିରେ ଭାରତ ବିରୋଧରେ କିଛି ଭୁଲ ପଦକ୍ଷେପ ନନେବା ପାଇଁ ପାକିସ୍ତାନୁ ଚେତେଇଛି ଆମେରିକା। ଭାରତ ପ୍ରତି କୌଣସି ପ୍ରତିଶୋଧ ନେବା ଭଳି କାମ ନକରିବାକୁ ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଇଛି ଆମେରିକା।

ସେହିପରି ଜମ୍ମୁ କଶ୍ମୀର ଏଲ୍‌ଓସିରେ ଅନୁପ୍ରବେଶକାରୀଙ୍କୁ ସାହାଯ୍ୟ ନକରି ନିଜ ଦେଶରେ ଥିବା ଆତଙ୍କବାଦକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ପାକିସ୍ତାନକୁ କଡ଼ା ନିର୍ଦ୍ଦେଶ ଦେଇଛି।

ସୋମବାର ଭାରତ ସରକାର ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରିବାକୁ ଘୋଷଣା କରିବା ପରେ ଏହାକୁ କଡ଼ା ବିରୋଧ କରିଥିଲା ପାକିସ୍ତାନ। ଏହାପରେ ପାକିସ୍ତାନ ଭାରତ ସହ ସମସ୍ତ କୁଟନୈତିକ ସମ୍ପର୍କ ଛିନ୍ନ କରିଥିଲା। ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ଭାରତକୁ ଟାର୍ଗେଟ କରିବ ବୋଲି କହୁଥିବା ବେଳେ ଆମେରିକାର ଏଭଳି ନିର୍ଦ୍ଦେଶ ପାକିସ୍ତାନକୁ ହରଡ଼ଘଣାରେ ପକାଇଛି।

Comment