ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଛେଦ କରିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି। ଯେଉଁ କଶ୍ମୀରକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରୁଥିଲା ଏବେ ୩୭୦ ଉଠିବା ପରେ ଗର୍ଜନ କରୁଛି।

ଗତ ଦୁଇ ଦିନ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ସହିତ ବାଣିଜ୍ୟିକ ଓ ଗମନାଗମନ ସମ୍ପର୍କ ବିଛିନ୍ନ କରିଛି। ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପାକିସ୍ତାନ ଦୃଢ଼ ଜବାବ ଦେବା ବଦଳରେ ମାଇଣ୍ଡ ଗେମ୍ ଖେଳୁଥିବା ଚର୍ଚ୍ଚା ହେଉଛି।

ପାକ୍ ପ୍ରଧାନମନ୍ତ୍ରୀ ଗତ ବୁଧବାର ଦିନ ଜାତୀୟ ସୁରକ୍ଷା କମିଟିର ବୈଠକ ଡାକି ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଥିଲେ। ଏହାସହ ପାକିସ୍ତାନରୁ ଭାରତୀୟ ଦୂତାବାସ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମଧ୍ୟ ପାକିସ୍ତାନ ଦିଲ୍ଲୀ ଓ ଲାହୋର ଭିତରେ ଚାଲୁଥିବା ସମଝୌତା ଏକ୍ସପ୍ରେସ୍‌କୁ ଅଟକାଇ ଦେଇଥିଲା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ ଉପରେ କଟକଣା ଲଗାଇଥିଲା।

ଏହାର ଜବାବ ଆଜି ମୋଦି ଦେବେ ବୋଲି ସମସ୍ତେ ଆଶା କରିଥିଲେ। କଶ୍ମୀର ପ୍ରସଙ୍ଗରେ ମୋଦି ପାକିସ୍ତାନକୁ କ’ଣ କହୁଛନ୍ତି ତାହା ଜାଣିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷାରେ ରହିଥିଲେ। ହେଲେ ମୋଦି ପାକିସ୍ତାନ ସମ୍ପର୍କରେ ନୀରବ ରହିଲେ। ମୋଦିଙ୍କ ନୀରବତା ପାକିସ୍ତାନ ଏବଂ ସମଗ୍ର ବିଶ୍ୱ ସମୁଦାୟକୁ ବାର୍ତ୍ତା ଦେଇଛି। ନୀରବ ରହି ମୋଦି ମାଇଣ୍ଡ ଗେମ୍ ଖେଳୁଥିବା କୁହାଯାଉଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମୋଦି ପାକିସ୍ତାନ ଦୃଢ଼ ଜବାବ ଦେଇଥିଲେ। ଆତଙ୍କବାଦୀ ହମ୍‌ଲା ପାଇଁ ଏପରିକି କିର୍ଗିଜସ୍ତାନର ବିସ୍‌କେକ୍‌ଠାରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ମୋଦି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଆଲୋଚନା କରିନଥିଲେ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମୋଦି ପାକିସ୍ତାନ ଦୃଢ଼ ଜବାବ ଦେଇଥିଲେ। ଆତଙ୍କବାଦୀ ହମ୍‌ଲା ପାଇଁ ଏପରିକି କିର୍ଗିଜସ୍ତାନର ବିସ୍‌କେକ୍‌ଠାରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ମୋଦି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସହ ଆଲୋଚନା କରିନଥିଲେ।

ଏହାପରେ ଭାରତରେ ନିର୍ବାଚନ ହୋଇଥିଲା। ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଇମ୍ରାନ ଖାନ୍ ମୋଦିଙ୍କୁ ଶୁଭେଛା ଜଣାଇ ଦୁଇ ଦେଶ ଭିତରେ ନୂଆ ଆରମ୍ଭ କରିବେ ବୋଲି କହିଥିଲେ। କିନ୍ତୁ ଏବେ ଭାରତ କଶ୍ମୀରରୁ ୩୭୦ ହଟାଇବା ପରେ ପାକ୍‌ ଗର୍ଜନ କରୁଛି। ହେଲେ ମୋଦି ମାଇଣ୍ଡଗେମ୍ ଖେଳୁଥିବା ଚର୍ଚ୍ଚା ହେଉଛି।

Comment