ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ୧୨ ବିଜେଡି ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେଉଁ ବିଧାୟକଙ୍କୁ କେଉଁ ଜିଲ୍ଲା?

ଅନନ୍ତ ଦାସ – ବାଲେଶ୍ୱର

ବ୍ୟୋମକେଶ ରାୟ – ଭଦ୍ରକ

ପ୍ରଶାନ୍ତ କୁମାର ମୁଦୁଲି – ଜଗତସିଂହପୁର

ଡାକ୍ତର ପ୍ରମୋଦ କୁମାର ମଲ୍ଲିକ – କଟକ

ପ୍ରଶାନ୍ତ କୁମାର ଜଗଦ୍ଦେବ – ଖୋର୍ଦ୍ଧା

ଶ୍ରୀକାନ୍ତ ସାହୁ – ଗଞ୍ଜାମ

ସତ୍ୟନାରାୟଣ ପ୍ରଧାନ – ନୟାଗଡ଼

ମହୀଧର ରଣା – ବୌଦ୍ଧ

ରଘୁରାମ ପୋଡାଲ – କୋରାପୁଟ

ରାଜେନ୍ଦ୍ର ଢୋଲକିଆ – ନୂଆପଡ଼ା

ଦେବେଶ ଆଚାର୍ଯ୍ୟ – ବରଗଡ଼

ଶାରଦା ପ୍ରସାଦ ନାୟକ – ସୁନ୍ଦରଗଡ଼

ଏହି ବିଧାୟକମାନଙ୍କୁ ନିଜ ନିଜ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି। ଏମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ମିଳିବ।

ଅନ୍ୟ ଜିଲ୍ଲାଗୁଡ଼ିକରେ ମନ୍ତ୍ରୀମାନଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ, ସମୀରରଞ୍ଜନ ଦାଶଙ୍କୁ ଯାଜପୁର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଜଗନ୍ନାଥ ସାରକାଙ୍କୁ ଗଜପତି, ବିକ୍ରମକେଶରୀ ଆରୁଖଙ୍କୁ କନ୍ଧମାଳ, ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର, ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ନବକିଶୋର ଦାସଙ୍କୁ ବଲାଙ୍ଗିର ଦାୟିତ୍ୱ ଦିଆଯାଇଛି।

ସେହିପରି ସୁଶାନ୍ତ ସିଂଙ୍କୁ ସମ୍ବଲପୁର, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଟୁକୁନି ସାହୁଙ୍କୁ କଳାହାଣ୍ଡି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦବୀର ଦାୟିତ୍ୱ ମିଳିଛି।

Comment