ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନ ଲଗାତର ବର୍ଷା ହେବା ପରେ ଗୁରୁବାରଠାରୁ ରାଜ୍ୟର ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି। ଲଘୁଚାପ ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର‌ରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ୧୨ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୨ ତାରିଖଠାରୁ ପୁଣିଥରେ ଉତ୍ତର ଓ କେନ୍ଦ୍ରୀୟ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ ବୋଲି ଆକନ ଅନୁମାନ କରାଯାଉଛି।

Comment