ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ନୀତି ପୂର୍ବରୁ ଆସିଲା କୃଷି ନୀତିର ଚିଠା ପ୍ରସ୍ତାବ। ଉକ୍ତ ଚିଠିରେ କାଳିଆ ଯୋଜନାକୁ ଚାଲୁ ରଖିବାକୁ ଉଲ୍ଲେଖ କରାଯାଇଛି।

କାଳିଆ ଯୋଜନାର ଅବଧିକୁ ୫ବର୍ଷ ବଢ଼ାଇବା ପାଇଁ ଉକ୍ତ ଚିଠି ମାଧ୍ୟମରେ ପ୍ରସ୍ତାବ ରଖିଛି କୃଷି ବିଭାଗ। ଏହାସହ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯିବ।

୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ କମ୍ ଥିବା ନେଇ ଚିଠିରେ ଉଲ୍ଲେଖ ଅଛି।

ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ କୃଷି ବିଭାଗ ପକ୍ଷରୁ ଚିଠି ପ୍ରସ୍ତୁତ କରାଯାଇଛି। ଉକ୍ତ ଚିଠିରେ ଉଭୟ କାଳିଆ ଯୋଜନା ଏବଂ ଚାଷୀଙ୍କ ଆୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଚିଠିରେ ମହିଳା ଚାଷୀଙ୍କ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚାଷୀମାନଙ୍କ ଦ୍ୱାରା ଉତ୍ପାଦନ କରାଯାଉଥିବା ଦ୍ରବ୍ୟର ସଠିକ୍ ଓ ଉଚିତ୍ ମୂଲ୍ୟରେ ବିକ୍ରି ହୁଏ, ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

Comment