ଓଡ଼ିଶାଲାଇଭ୍ ବ୍ୟୁରୋ

“ତାଜ ମହଲର ପ୍ରକୃତ ନାଁ ହେଉଛି ତେଜ ମହାଲୟା” ଏକଥା କହିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ପୃଥିବୀର ସପ୍ତାଶ୍ଚର୍ଯ୍ୟ କୁହାଯାଉଥିବା ତାଜମହଲର ଇତିହାସକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଅତୀତରେ ତାଜ ମହଲ ଏକ ଶୈବପୀଠ ଥିଲା।
ସେହିପରି କୋହିନୂର ହୀରା ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ ହୋଇଥିବା କଥା ଶଙ୍କରାଚାର୍ଯ୍ୟ କହିଛନ୍ତି। ଶଙ୍କରାଚାର୍ଯ୍ୟ କହିବା ଅନୁଯାୟୀ, ରାଜା ରଣଜିତ ସିଂହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କୋହିନୂର ହୀରାକୁ ଅର୍ପଣ କରିଥିଲେ। ହେଲେ ଏହାକୁ ଲୁଟ୍ କରାଯାଇଛି।
















