ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଶ୍ମୀର ମାମଲାରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ଆମ ଦେଶର ଆଭ୍ୟନ୍ତରୀଣ ମାମଲାରେ ଅଧିକ ମୁଣ୍ଡ ନଖେଳାଇବାକୁ ପାକିସ୍ତାନକୁ ରୋକ୍‌ଠୋକ୍‌ ଜବାବ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପରେ ପାକିସ୍ତନରେ ଝଡ଼ ଉଠିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମିଳିତ ଅଧିବେଶନ ଡାକି ଭାରତକୁ ସମାଲୋଚନା କରିବା ପରେ ସମ୍ପର୍କ କାଟିଥିଲା ଭାରତ।

ପ୍ରଥମେ ବାଣିଜ୍ୟିକ ସମ୍ପର୍କ କାଟିବା ପରେ ପାକିସ୍ତାନ ଟ୍ରେନ୍ ଚଳାଚଳରେ ରୋକ ଲଗାଇଥିଲା। ସମଝୌତା ଏକ୍ସପ୍ରେସ୍‌ ପରେ ଥର୍ ଏକ୍ସପ୍ରେସ୍ ଚଳାଚଳକୁ ବନ୍ଦ କରିଛି ଭାରତ। ଏହାସହ ଜାତିସଂଘରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ।

ପାକିସ୍ତାନର ଏହି ନିଷ୍ପତ୍ତିକୁ ଗତ ଦୁଇ ଦିନ ଧରି ଭାରତ ନୀରବରେ ସହି ଆସୁଥିଲା। ମୋଦି ପାକିସ୍ତାନକୁ ଜବାବ ଦେବେ ବୋଲି ସମସ୍ତେ ଅପେକ୍ଷା କରିଥିଲେ। କିନ୍ତୁ ମୋଦି ସେମିତି କିଛି କହିଲେ ନାହିଁ।

ପାକିସ୍ତାନକୁ ବୈଦେଶିକ ବ୍ୟାପର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କଡ଼ା ବାଣ ମାରିଛନ୍ତି।

ସେ କହିଛନ୍ତି, ‘‘ଭାରତ ସାରା ବିଶ୍ୱକୁ ଜଣାଇ ଦେଇଛି ଯେ କଶ୍ମୀର ପ୍ରସଙ୍ଗରେ ଯାହା ନିଷ୍ପତ୍ତି ହୋଇଛି ତାହା ଆମର ଆଭ୍ୟନ୍ତରୀଣ ମାମଲା। ଏଥିରେ ପାକିସ୍ତାନ ମୁଣ୍ଡ ଖେଳାଇବାର କିଛି ଆବଶ୍ୟକତା ନାହିଁ। ପାକିସ୍ତାନ ନିଜ କଥା ବୁଝୁ।’’

ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱରେ ମିଛ କହୁଛି। ତେବେ ପାକିସ୍ତାନ ଏହି ମାମଲାକୁ ନେଇ ବିଶ୍ୱର ଯେଉଁ ପ୍ଲାଟଫର୍ମକୁ ଯିବ ସେଠି ତାକୁ ଉଚିତ ଜବାବ ଦିଆଯିବ।

ପାକ୍‌ ଅଧିକୃତ କଶ୍ମୀର ଉପରେ ମନ୍ତବ୍ୟ ଦେଇ ରବିଶ କୁମାର କହିଥିଲେ, ‘‘ପିଓକେରେ ଲଗାତର କଶ୍ମୀର ବିରୋଧରେ ସ୍ୱର ଉଠୁଛି। ସେମାନଙ୍କ ସମସ୍ୟା ପାକିସ୍ତାନ ପ୍ରଥମେ ସମାଧାନ କରିବା ଦରକାର। ନହେଲେ ଭାରତ ପିଓକେକୁ ନେଇ ରଣନୀତି ତିଆରି କରିବ।’’

Comment