ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ହଟାଇ ଦିଆଯିବା ପରେ ଏହାକୁ ବିରୋଧ କରି ନ୍ୟାସନାଲ କନ୍‌ଫରେନ୍ସ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ କରିବା ଏବଂ ଏହାକୁ ବିଭାଜିତ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ନ୍ୟାସନାଲ କନ୍‌ଫରେନ୍ସ ସାଂସଦ ମହମ୍ମଦ ଆକବର ଲୋନ ଏବଂ ହସନୈନ ମସୁଦୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି।

ମୋଦୀ ସରକାର ନିଜ ମନମାନି କରି ଏହି ନିଷ୍ପତ୍ତି ନେଇଥିବା କହି ଜମ୍ମୁ କଶ୍ମୀରର ପୁନର୍ଗଠନ ବିଲ୍‌ ୨୦୧୯କୁ ଅସମ୍ବିଧାନିକ ଘୋଷଣା କରିବାକୁ ଏହି ଯାଚିକାରେ ଉଲ୍ଲେଖ ରହିଛି।

ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ହଟାଇ ଦିଆଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍‌ଦୁଲ୍ଲା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଥିଲେ।

ବର୍ତ୍ତମାନ ଜମ୍ମୁ କଶ୍ମୀରରେ ପରିସ୍ଥିତି ସୁଧୁରିବାରେ ଲାଗିଛି। କିଛି ସ୍ଥାନରେ ଜନ ଜୀବନ ସାମାନ୍ୟ ହୋଇଥିବା ବେଳେ ସ୍କୁଲ କଲେଜ ମଧ୍ୟ ଖୋଲାଯାଇଛି। ରାଷ୍ଟ୍ରୀ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବର୍ତ୍ତମାନ କଶ୍ମୀରରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି।

Comment