ଓଡ଼ିଶାଲାଇଭ୍ ବ୍ୟୁରୋ

‘ମ୍ୟାନ୍ ଭର୍ସେସ ଓ୍ୱାଇଲ୍ଡ’ ସୋ’କୁ ହୋଷ୍ଟ କରୁଥିବା ବିୟର ଗ୍ରିଲ୍ସ କହିଛନ୍ତି ଯେ, ସଙ୍କଟ ସମୟରେ ନରେନ୍ଦ୍ର ମୋଦି ଶାନ୍ତ ରହନ୍ତି।

ସୋମବାର ଡିସ୍କୋଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ‘ମ୍ୟାନ୍ ଭର୍ସେସ ଓ୍ଵାଇଲ୍ଡ’ରେ ଆଙ୍କର ବିୟର ଗ୍ରିଲ୍ସଙ୍କ ସହ ଏଥର ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୋ’ ପ୍ରସାରିତ ହେବାର ଗୋଟେ ଦିନ ପୂର୍ବରୁ ବିୟର ଗ୍ରିଲ୍ସ ନିଜ ଅନୁଭୂତି ସେୟାର କରିଥିଲେ।

ସେ କହିଥିଲେ, ‘‘ନରେନ୍ଦ୍ର ମୋଦି ଶାକାହାରି ହେବା ପରେ ବି ମୋ’ ସହ ଜଙ୍ଗଲରେ କେମିତି ରହି ପାରିଲେ? ଶାକାହାରି ହୋଇଥିବାରୁ ସେ କୌଣସି ମାଂସାସୀ ଖାଦ୍ୟ ଖାଇପାରିବେ ନାହିଁ। ଜଙ୍ଗଲରେ ତିଆରି ଖାଦ୍ୟ ମିଳି ନଥାଏ, ସୁରକ୍ଷା ନଥାଏ, ଜୀବନ ଯାପନ ବିଳାଶପୂର୍ଣ୍ଣ ହୋଇ ନଥାଏ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନରେନ୍ଦ୍ର ମୋଦି ଯୁବକ ଥିବା ସମୟରେ ଜଙ୍ଗଲରେ ରହିଛନ୍ତି। ସେ ଜାଣିଛନ୍ତି ସେଠାରେ କିପରି ବଞ୍ଚି ରହିବ ଓ ଅନୁକୂଳ ପରିସ୍ଥିତିରେ କେମିତି ସନ୍ତୁଳନ ରକ୍ଷା କରିବାକୁ ହୋଇଥାଏ।

‘‘ଶାକାହାରୀ ଲୋକେ ଜଙ୍ଗଲରେ କୌଣସି ଜିନିଷ ଖାଇପାରିବେ ନାହିଁ। ସେଠାରେ କେବଳ କୋଳି ଓ ଅନ୍ୟାନ୍ୟ ଜିନିଷ ଥାଇ ପେଟ ପୂରା କରିବାକୁ ପଡ଼ିଥାଏ’’, କହିଛନ୍ତି ଗ୍ରିଲ୍ସ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଜଙ୍ଗଲରେ ଥିବା ସମୟରେ ବଡ଼ ବଡ଼ ପଥର ଓ ବର୍ଷାର ସାମ୍ନା କରିବାକୁ ପଡ଼ିଥିଲା। ପୁରା ଯାତ୍ରା ସମୟରେ ମୁଁ ଏହା ଦେଖିଲି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଭାବେ ଶାନ୍ତ ଥିଲେ। ଯାହା ଦେଖିବା ମୋ’ ପାଇଁ ଖୁସିର ମୁହୂର୍ତ୍ତ ଥିଲା।’’

୧୩ ବର୍ଷ ପୂର୍ବେ ମ୍ୟାନ୍ ଭର୍ସେସ ଓ୍ଵାଇଲ୍ଡ ସୋ’ ପ୍ରସାରିତ ହୋଇଥିଲା।

ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ବି ଏହି ସୋ’ରେ ନଜର ଆସିଥିଲେ।

Comment