ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ପାଖାପାଖି ୨୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିବାନୁସାରେ କେରଳ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବନ୍ୟାସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ରହିଛି।

କେରଳ

କେରଳ ପୁଣି ଥରେ ବନ୍ୟାର ଘେରରେ ରହିଛି। ବର୍ତ୍ତମାନ ଯାଏଁ ୩୮ ଲୋକଙ୍କ ମୃତ୍ୟୁ ହୋଇସାରିଛି।

କେରଳରେ ଟ୍ରେନ୍, ସଡ଼କ ଏବଂ ବିମାନରେ ଯାତାୟାତକୁ ରଦ୍ଦ କରାଯାଇଛି। କେରଳରେ ୧୪ ଜିଲ୍ଲାରୁ ୯ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ମହାରାଷ୍ଟ୍ର

ପଶ୍ଚିମ ମହାରାଷ୍ଟ୍ରର ୫ଟି ଜିଲ୍ଲାରେ ଗମ୍ଭୀର ବନ୍ୟା ପରିସ୍ଥିତି ପାଇଁ ଦୁଇ ଲକ୍ଷ ୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା କାରଣରୁ ମହାରାଷ୍ଟ୍ରରେ ପାଖାପାଖି ୧୪୪ ଲୋକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ପାଇଁ ଏନ୍‌ଡିଆରଏଫ୍, ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି।

କର୍ଣ୍ଣାଟକ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ଯେଦ୍ୟୁରପ୍ପା କହିଛନ୍ତି ଯେ ବନ୍ୟା ଯୋଗୁଁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

Comment