ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’ର ଟ୍ରେଲର ଶନିବାର ରିଲିଜ ହୋଇଯାଇଛି। ୨.୪୭ ସେକେଣ୍ଡ ବିଶିଷ୍ଟ ସାହୋର ଟ୍ରେଲର ଜବରଦସ୍ତ ଆକ୍ସନ ଓ ରୋମାନ୍ସରେ ଭରପୁର। ତେବେ ଏହି ଫିଲ୍ମରେ ପ୍ରଭାସ ଜଣେ ଅଣ୍ଡର କଭର ପୋଲିସ ଭୂମିକାରେ ଅଭିନୟ କରିଥିବା ସ୍ପଷ୍ଟ ହୋଇଛି। ଫିଲ୍ମର ଟ୍ରେଲରକୁ ୪ ଗଣ୍ଟା ମଧ୍ୟରେ ୧ ମିଲିୟନ ଲୋକ ଦେଖିସାରିଲେଣି।

ଟ୍ରେଲରକୁ ୩ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁରେ ରିଲିଜ କରାଯାଇଛି। ଫିଲ୍ମରେ ପ୍ରଭାସଙ୍କ ସହ ଚୁଲବୁଲି ଶ୍ରଦ୍ଧା କପୁର ବି ନଜର ଆସିଛନ୍ତି। ଉଭୟ ଶ୍ରଦ୍ଧା ଏବଂ ପ୍ରଭାସଙ୍କୁ ଆକ୍ସନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ପିଲ୍ମରେ ମନ୍ଦିରା ବେଦୀ, ନିଲ ନିତିନ ମୁକେଶ, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ ଭଳି ପ୍ରମୁଖ କଳାକାରମାନେ ଅଭିନୟ କରିଛନ୍ତି।

ବାହୁବଳୀ ୨ ପରେ ଏହା ପ୍ରଭାସଙ୍କ  ରିଲିଜ ହେଉଥିବା ପ୍ରଥମ ଫିଲ୍ମ। ସାଉଥ୍‌ ଡାରେକ୍ଟର ସୁଜିତ ସାହୋ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଭମ୍‌ସି ରେଡ୍ଡି ଏବଂ ପ୍ରମୋଦ ଉପ୍ପାଲାପତି ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ଆସନ୍ତା ଅଗଷ୍ଟ ୩୦ରେ ବଡ଼ ପରଦାରେ ରିଲିଜ ହେବ ଏହି ଆକ୍ସନ ବ୍ଲକବଷ୍ଟର ପିଲ୍ମ ‘ସାହୋ’।

Comment