ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ବାଛିବା ପାଇଁ ଶନିବାର ଦିନ ତମାମ କଂଗ୍ରେସ ନେତାମାନେ ମାନସ ମନ୍ଥନ କଲେ। ହେଲେ କୌଣସି ନିଷ୍କର୍ସ ବାହାରି ପାରିଲାନି। ଶେଷରେ ସୋନିଆ ଗାନ୍ଧିଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଚୟନ କଲା ସିଡବ୍ଲ୍ୟୁସି।

କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଆଜି ବସିଥିଲା ସିଡବ୍ଲ୍ୟୁସି ବୈଠକ। ଦୀର୍ଘ ସମୟ ଧରି ଆଲୋଚନା ହେଲା। ଅଧିକାଂଶ ନେତା ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଅଧ୍ୟକ୍ଷ କରିବା ପାଇଁ ପ୍ରସ୍ତାବ ଦେଲେ। ହେଲେ ରାହୁଲ ସଫା ସଫା ମନା କରିଦେଲେ।

ରାହୁଲଙ୍କ ପରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ଉଠିଲା। ହେଲେ ପ୍ରିୟଙ୍କା ସଭାପତି ହେବେ ନାହିଁ ବୋଲି ପୂର୍ବରୁ ମନା କରିଥିଲେ। ଶେଷରେ ଗାନ୍ଧି ପରିବାର ବାହାରୁ କେବଳ ମୁକୁଲ ବାସନିକଙ୍କ ନାଁ ଉଠିଥିଲା। ହେଲେ ଏଥିରେ କିଛି ନେତା ସହମତି ହୋଇ ନଥିଲେ।

କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ୫ ଜଣିଆ କମିଟି ଗଠନ ହୋଇଥିଲା। କମିଟି ଶନିବାର ରାତି ୮ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ କୁହାଯାଇଥିଲା। କମିଟି ରିପୋର୍ଟ ଦେବା ପରେ ପୁଣି ବସିଥିଲା ବୈଠକ। ଆଲୋଚନା ଚାଲିଲା। ହେଲେ ଗାନ୍ଧି ପରିବାର ବାହାରୁ କୌଣସି ନେତାଙ୍କୁ ଅଧ୍ୟକ୍ଷ କରିବା ପାଇଁ ଅଧିକାଂଶ ନେତା ସହମତ ହେଲେନି।

ଶେଷରେ ସୋନିଆ ଗାନ୍ଧିଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ଚୟନ କରାଗଲା।

୨୦୧୭ରେ ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଅଧ୍ୟକ୍ଷ ପଦରେ ରହି ନଥିଲେ। ପୁଅ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ଗାଦିରେ ବସାଇଥିଲେ। ହେଲେ ରାହୁଲଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜିତ ହୋଇଥିଲା।

ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଗତ ଦୁଇ ମାସ ହେଲା କଂଗ୍ରେସ ଅଧ୍ୟକ୍ଷ ଖୋଜୁଥିଲା।

Comment