ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

“ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପ୍ରେସଡ୍ ବାୟୋ ଗ୍ୟାସ୍) ଏବଂ ବାୟୋ ଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ” ଶନିବାର ବିଶ୍ୱ ଜୈବ ଇନ୍ଧନ ଦିବସର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଉଦ୍‌ଘାଟନ ହୋଇଛି ବିଶ୍ୱ ଜୈବ ଇନ୍ଧନ ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇଥିଲେ। ଏହି ଅବସରରେ ରନ୍ଧନ ତୈଳରୁ ବାୟୋଡିଜେଲ ସଂଗ୍ରହ କରିବା ପରିପ୍ରେକ୍ଷୀରେ ଏକ୍ସପ୍ରେସନ୍ ଫର ଇନଟ୍ରେଷ୍ଟ୍(ଇଓଆଇ)କୁ ଉନ୍ମୋଚନ କରାଯାଇଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୨୦୨୨  ସୁଦ୍ଧା  ତୈଳ  ପଦାର୍ଥରେ  ଆମଦାନୀ  ନିର୍ଭରଶୀଳତାକୁ  ହ୍ରାସ  କରିବା  ପାଇଁ  ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀ  ମୋଦି ଲକ୍ଷ୍ୟ ଦେଇଛନ୍ତି। ତେବେ ଏହାର ଉତ୍ପାଦନ ବୃଦ୍ଧି, ଉର୍ଜା ଦକ୍ଷତାରେ ସୁଧାର, ସଂରକ୍ଷଣ ଓ ବିକଳ୍ପ ଇନ୍ଧନ ପ୍ରୋତ୍ସାହନ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ।

“ସରକାର ଉର୍ଜାର ବୈକଳ୍ପିକ ସ୍ରୋତକୁ ବିସ୍ତୃତ ପରିପ୍ରକ୍ଷୀରେ ପ୍ରୋତ୍ସାହନ ଦେଉଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଉପରେ କାର୍ଯ୍ୟ କରୁଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ ୧ ପ୍ରତିଶତରୁ ବୃଦ୍ଧି ପାଇ ପ୍ରାୟ ୮  ପ୍ରତିଶତରେ  ପହଞ୍ଚିଲାଣି। ଖୁବଶୀଘ୍ର ଏହା ୧୦ ପ୍ରତିଶତକୁ ଛୁଇଁବାର  ସମ୍ଭାବନା  ରହିଛି” ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସ୍ୱଚ୍ଛ ଓ ସୁରକ୍ଷିତ ଇନ୍ଧନକୁ ପ୍ରତି ଘରେ ଘରେ ପହଁଚେଇବା ସରକାରଙ୍କ ଲକ୍ଷ୍ୟ ରହିଛି। କମ୍ପ୍ରେସଡ୍ ବାୟୋଗ୍ୟାସ  କ୍ଷେତ୍ରରେ ଦେଶର  ୪୦୦ ଜିଲ୍ଲାରେ  ସିଟି  ଗ୍ୟାସ ବିତରଣ(ସିଜିଡି) ନେଟୱାର୍କ ପ୍ରତିଷ୍ଠା ହୋଇଥିବା ବେଳେ  ସିବିଜି ପ୍ଲାଂଟ ପ୍ରତିଷ୍ଠା ପାଇଁ ୩୦୦ରୁ ଅଧିକ କମ୍ପାନିକୁ ଲେଟର ଅଫ୍ ଇନ୍‌ଟେଣ୍ଟ୍‌ ଦିଆଯାଇଛି।

ସେହପରି ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଉପଭୋକ୍ତା ଲକ୍ଷ୍ୟ ହାସଲ କରାଯିବ। ଏହି ଯୋଜନା ପରିବେଶ ଉପଯୋଗୀ, ଅର୍ଥନୀତି, ସମାଜ ଏବଂ ସ୍ୱାସ୍ଥ୍ୟ ପ୍ରତି ସହାୟକ ହୋଇଛି। ନିକଟରେ ଇଣ୍ଡିଆନ୍ ଚେଷ୍ଟ ସୋସାଇଟି ରିପୋର୍ଟ ଅନୁଯାୟୀ ଭାରତରେ ଏଲପିଜି ଆନ୍ଦୋଳନ କାରଣରୁ ୨୦ ପ୍ରତିଶତ ହୃଦଜନିତ ରୋଗ ହ୍ରାସ ପାଇଥଇବା ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ଆରୟୁସିଓ (ରିପ୍ରୋପୋଜ ୟୁଜଡ୍ କୁକିଂ ଅଏଲ୍)ର ଏକ ଷ୍ଟିକରର ଉନ୍ମୋଚନ ହୋଇଥିଲା। ସେହିପରି  ୟୁସିଓର ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମୋବାଇଲ ଆପ୍‌ର ମଧ୍ୟ ଶୁଭାରମ୍ଭ ହୋଇଥିଲା।

Comment