ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପାଇଁ ବିଲ ଉପସ୍ଥାପନ କଲାବେଳେ ମୋ ମନରେ ଭୟ ଥିଲା। କାରଣ ରାଜ୍ୟସଭାରେ ଆମର ସଂଖ୍ୟା ଗରିଷ୍ଠତା ନାହିଁ। ଏହାସହ ମୁଁ ଭାବୁଥିଲି ଯେତେବେଳେ ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରିବି ତ ରାଜ୍ୟସଭା କେମିତି ଚାଲିବ’’, ଚେନ୍ନାଇରେ ଏକ ସଭାରେ ଯୋଗ ଦେଇ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଏମିତି କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ସେ ଆହୁରି କହିଛନ୍ତି, ‘‘ଏହି ଧାରା ବହୁତ ସମୟ ଆଗରୁ ହଟି ଯିବାର ଥିଲା। ଏବେ କଶ୍ମୀରରେ ଆତଙ୍କବାଦ ଶେଷ ହେବ ଓ ବିକାଶର ଧାରାରେ ଆଗକୁ ବଢ଼ିବ’’।

ଶାହ ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଜୀବନୀ ଉପରେ ଲେଖାଯାଇଥିବା ପୁସ୍ତକ ଲିସିନିଙ୍ଗ, ଲର୍ନିଙ୍ଗ ଆଣ୍ଡ୍‌ ଲିଡିଙ୍ଗ’ର ଉନ୍ମୋଚନ କରିବା ଅବସରରେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଚେନ୍ନାଇରେ ଆୟୋଜିତ ଏହି ସଭାରେ ଭେଙ୍କିଆ ନାଇଡୁଙ୍କ ଢେର ପ୍ରଂଶସା ମଧ୍ୟ କରିଥିଲେ ଶାହ। ଶାହ କହିଥିଲେ ଜୀବନରେ ଶୁଣିବା, ଶିଖିବା ଓ ସମାଜର ନେତୃତ୍ୱ କେମିତି ନେବା ଏହାର ଆଦର୍ଶ ଭେଙ୍କିଆ ଦେଶର ଯୁବପିଢ଼ିଙ୍କ ଆଗରେ ରଖିଛନ୍ତି ।

Comment