ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରିପଲ ତଲାକ୍‌ ବିଲ୍‌, ଧାରା ୩୭୦ ଉଚ୍ଛେଦ ବିଲ୍‌ ପାସ୍‌ କରିବା ପରେ ବିଜେପିର ମନୋବଳ ଦୃଢ଼ ହୋଇଛି। ଏହି ଦୁଇ ବିଲ୍‌ ପାସ୍‌ ହେବା ପରେ ମୋଦି ସରକାର ଏବେ ଆଉ ଏକ ନୂଆ ବିଲ୍‌ ଆଣିବେ ବୋଲି ଜଣାପଡ଼ିଛି। ତେବେ ଏହି ବିଲ୍‌ ହେଉଛି ଧର୍ମାନ୍ତରୀକରଣ ବରୋଧ ବିଲ୍‌ (Anti Conversion Bill) ।

ଆଗାମୀ ଅଧିବେଶନରେ ଏହି ବିଲକୁ ସରକାର ସଂସଦରେ ଉପସ୍ଥାପନା କରିବା ନେଇ ପ୍ରସ୍ତୁତ ହେଉଛନ୍ତି।

ବିଜେପି ନେତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆଇନ ଆଣିବା ପାଇଁ ଦୀର୍ଘଦିନରୁ ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ମୋଦିଙ୍କୁ ଚିଠିବି ଲେଖିଛନ୍ତି ।

ମୋଦିଙ୍କ ପ୍ରଥମ ପାଳି ସରକାରରେ ସଂସଦୀୟ ବ୍ୟପାର ମନ୍ତ୍ରୀ ଥିବା ଭେଙ୍କିୟା ନାଇଡୁ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଏକ ଆଇନ ଆଣିବା ପାଇଁ ଅପିଲ କରିଥିଲେ, କିନ୍ତୁ ଏହା ସେହି ସମୟରେ ହୋଇ ସମ୍ଭବ ହୋଇ ନଥିଲା।

ଏବେ ଯଦି ମୋଦି ସରକାର ଏହି ବିଲ୍‌ ଆଣିବେ ଏବଂ ଏହା ଯଦି ଆଇନରେ ପରିଣତ ହୁଏ ତେବେ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ହଇରାଣରେ ପଡ଼ି ପାରନ୍ତି। ଧର୍ମ ପରିବର୍ତ୍ତନ ଅଭିଯୋଗରେ ସେମାନେ ଦଣ୍ଡିତ ବି ହୋଇପାରନ୍ତି।

Comment