ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନଙ୍କ ଆଫେଆର୍ ବେଶ୍ ଚର୍ଚ୍ଚିତ ଆସନ୍ତୁ ଜାଣିବା କେଉଁମାନଙ୍କ ସହ ତାଙ୍କର ଆଫେଆର ଚର୍ଚ୍ଚାରେ ରହିଥିଲା

‘ଓମ୍ ଶାନ୍ତି ଓମ୍‌’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ହଟ୍ ହିରୋଇନ୍ ଦୀପିକା ପାଦୁକୋନ୍। ସେ ବିଗତ ଏଗାର ବର୍ଷ ଭିତରେ ବେଶ୍ କେତୋଟି ହିଟ୍ ସିନେମା ଦେଇ ଚର୍ଚ୍ଚାରେ ରହିଛି। କେତେକ ସିନେମାରେ ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚାର ପରିଧିକୁ ମଧ୍ୟ ଆସିଛନ୍ତି।

ବ୍ୟକ୍ତିଗତ ଜୀବନରେ ଦୀପିକା ପାଦୁକୋନ୍ ନିଜର ପ୍ରେମ ପ୍ରସଙ୍ଗ ପାଇଁ ବି ଚର୍ଚ୍ଚିତ ହୋଇଛନ୍ତି। ଆସନ୍ତୁ ଜାଣିବା କେଉଁମାନଙ୍କ ସହ ତାଙ୍କର ଆଫେଆର୍ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି…

ନିହାର ପାଣ୍ଡ୍ୟା

ବେଙ୍ଗଳୁରୁରେ ମଡେଲିଂ ଆରମ୍ଭ କରୁଥିବା ବେଳେ ଦୀପିକା ପାଦୁକୋନ୍ ନିହାର ପାଣ୍ଡ୍ୟାଙ୍କୁ ଡେଟ୍ କରୁଥିଲେ। ଅଭିନୟରେ ଭାଗ୍ୟ ପରୀକ୍ଷା ଲାଗି ଉଭୟ ନିହାର ଓ ଦୀପିକା ଏକାସାଙ୍ଗେ ମୁମ୍ବାଇ ଆସିଥିଲେ।

୨୦୦୬ରେ ସେ ଦୁହେଁ ଆକ୍ଟର ପ୍ରିପେଆରସ ଅନୁଷ୍ଠାନରେ ଆକ୍ଟିଂ କୋର୍ସ କରିଥିଲେ। ଦୀପିକା ପାଦୁକୋନ୍ ବଲିଉଡରେ ବିଗ୍ ବ୍ରେକ୍ ପାଇଲେ, ହେଲେ ନିହାର ପାଣ୍ଡ୍ୟା ଅସଫଳ ହେଲେ।

ନିହାର ଓ ଦୀପିକା ପ୍ରାୟ ତିନି ବର୍ଷ ଧରି ଲିଭ୍ ଇନ୍ ରିଲେସନସିପ୍‌ରେ ଥିଲେ। ୨୦୦୮ରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା। ନିହାର ପାଣ୍ଡ୍ୟା ଏବେ କଙ୍ଗନା  ରାନାୱତ୍ ଷ୍ଟାରର୍ ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍‌ସୀ’ ଜରିଆରେ ବଲିଉଡ୍ ଡେବ୍ୟୁ କରୁଛନ୍ତି। ଏବେ ନିହାର କହିଛନ୍ତି ଯେ ସେ ଓ ଦୀପିକା କେବଳ ସାଙ୍ଗ।

ଉପେନ୍ ପଟେଲ

ଦୀପିକା ପାଦୁକୋନଙ୍କର ଦ୍ୱିତୀୟ ପ୍ରେମିକ ଭାବେ ଚର୍ଚ୍ଚିତ ହୋଇଥିଲେ ଉପେନ୍ ପଟେଲ। ‘ଚାଇନା ଟାଉନ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତା ଉପେନ୍ ପଟେଲଙ୍କ ସହିତ ତାଙ୍କ ଆଫେଆର ବେଶିଦିନର ନଥିଲା। ଉପେନ୍ ଓ ଦୀପିକାଙ୍କର ସେକ୍ସି ମଡେଲିଂ ଫଟୋସୁଟ୍ ଖୁବ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ଏମ୍‌ ଏସ୍ ଧୋନି

ବଲିଉଡର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍ କ୍ରିକେଟର ଏମ୍‌ ଏସ ଧୋନିଙ୍କ ପ୍ରେମରେ ପଡ଼ିଥିଲେ ୨୦୦୭ରେ। ୨୦୦୭ରେ ଏକ ଟ୍ୱେଣ୍ଟି-୨୦ ମ୍ୟାଚରେ ଧୋନି ଦୀପିକାଙ୍କୁ ନିମନ୍ତ୍ରଣ କରିଥିଲେ। ଦୀପିକା ବି ଧୋନିଙ୍କ ସହିତ ଅଷ୍ଟ୍ରେଲିଆ ଯାଇଥିଲେ। ସେହି ସମୟରେ ଧୋନି ଦୀପିକାଙ୍କୁ ପ୍ରପୋଜ୍ କରିଥିଲେ। ହେଲେ ତାହାକୁ ସ୍ୱୀକାର କରିନଥିଲେ ଦୀପିକା।

ଯୁବରାଜ ସିଂହ

କ୍ରିକେଟର ଯୁବରାଜ ସିଂହଙ୍କ ସହିତ ଦୀପିକା ପାଦୁକୋନ୍ ପ୍ରାୟ ଦୁଇବର୍ଷ ପ୍ରେମ ସମ୍ପର୍କରେ ଥିଲେ ବୋଲି କୁହାଯାଏ। କିନ୍ତୁ ଉଭୟେ ନିଜ ନିଜର କ୍ୟାରିଅରକୁ ଅଗ୍ରାଧିକାର ଦେବା କାରଣରୁ ବ୍ରେକଅପ୍ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ ଯୁବରାଜଙ୍କ ସହିତ ଦୀପିକା ପ୍ରେମସମ୍ପର୍କ ରଖିବା ଯୋଗୁଁ ଏମ ଏସ ଧୋନି ଡିପ୍ରେସନକୁ ଚାଲିଯାଇଥିଲେ।

ରଣବୀର କପୁର

ଯୁବରାଜ ସିଂହଙ୍କ ସହ ବ୍ରେକଅପ୍ ହେବା ପରେ ଦୀପିକା ବଲିଉଡର ହ୍ୟାଣ୍ଡସମ୍‍ ହିରୋ ରଣବୀର କପୁରଙ୍କ ପ୍ରେମରେ ପଡ଼ିଥିଲେ। ରଣବୀର ଓ ଦୀପିକାଙ୍କ ପ୍ରେମସମ୍ପର୍କକୁ ରଣବୀର କପୁରଙ୍କ ମାଆ ନୀତୁ ସିଂ ପସନ୍ଦ କରୁନଥିଲେ। ଏହି କାରଣରୁ ଉଭୟଙ୍କର ବ୍ରେକ୍ ଅପ୍ ହୋଇଥିଲା।

ସିଦ୍ଧାର୍ଥ ମାଲ୍ୟା

ରଣବୀର କପୁରଙ୍କ ସହ ବ୍ରେକଅପ୍ ହେବା ପରେ ଦୀପିକା ପାଦୁକୋନ୍ ୨୦୧୧ରେ ମଦସମ୍ରାଟ୍ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ସେ ଦୁହେଁ ସମ୍ପର୍କକୁ ଲୁଚାଇ ନଥିଲେ। କୋଲକାତାରେ ଆଇପିଏଲ୍ ମ୍ୟାଚରେ ନିଜ ଟିମ୍ ବିଜେତା ହେବା ଖୁସିରେ ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କୁ କିସ୍ କରିଥିଲେ ସିଦ୍ଧାର୍ଥ।

ମୁଜାମିଲ୍ ଇବ୍ରାହିମ୍

କାଶ୍ମିରୀ ମଡେଲ୍ ଟର୍ଣ୍ଣଡ ଆକ୍ଟର ମୁଜାମିଲ୍ ଇବ୍ରାହିମଙ୍କ ସହ ଦୀପିକା ପାଦୁକୋନଙ୍କର ଆଫେଆର୍ ଖୁବ୍ ଚର୍ଚ୍ଚାରେ ଥିଲା। କିନ୍ତୁ ଉଭୟଙ୍କର ବ୍ରେକଅପ୍ ହୋଇଥିଲା। ବ୍ଲକବଷ୍ଟର ଫିଲ୍ମ ‘ୟେ ଜୱାନି ହେ ଦିୱାନି’ରେ ମୁଜାମିଲଙ୍କୁ ଆଦିତ୍ୟ ରୟ କପୁର କରିଥିବା ରୋଲଟି ପ୍ରଥମେ ଅଫର୍ ହୋଇଥିଲା। ହେଲେ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହିତ କାମ କରିବାକୁ ମନା କରିଥିଲେ ମୁଜାମିଲ।

ରଣବୀର ସିଂହ

ଏବେ ରଣବୀର ସିଂହ ହେଉଛନ୍ତି ଦୀପିକା ପାଦୁକୋନଙ୍କ ଲାଟେଷ୍ଟ ବୟଫ୍ରେଣ୍ଡ। ଏ ଦୁହେଁ ୨୦୧୩ ମସିହାରୁ ଆଜିଯାଏଁ ଲଭବାର୍ଡସ ଭାବେ ବଲିଉଡରେ ପରିଚିତ ହୋଇଆସୁଛନ୍ତି।

Comment