ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ବାରଣାସୀରୁ ସ୍ପେଶାଲ ରାକ୍ଷୀ ପଠା ଯାଇଛି। ମୋଦିଙ୍କ ପାଇଁ ଏହି ରାକ୍ଷୀ ପଠାଇଛନ୍ତି ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର ମୁସଲିମ ମହିଳା।

ଚଳିତ ବର୍ଷ ପ୍ରଥମ ଥର ନୁହେଁ, ଗତ ୫ ବର୍ଷ ହେଲା ଏହି ମହିଳାମାନେ ମୋଦିଙ୍କ ପାଇଁ ରାକ୍ଷୀ ପଠାନ୍ତି। ତଥାପି ଏ ବର୍ଷ ରାକ୍ଷୀ ଟିକେ ସ୍ପେଶାଲ।

କାରଣ ଏ ବର୍ଷ ଟ୍ରିପଲ ତଲାକ ବିଲ୍‌ ପାସ୍‌ ହେବା ସହ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି। ମୋଦିଙ୍କ ଏହି ନିଷ୍ପତ୍ତିରେ ମୁସଲିମ୍‌ ମହିଳାଭାନେ ବେଶ୍‌ ଖୁସି ଅଛନ୍ତି। ଅଗଷ୍ଟ ୧୫ରେ ତାରିଖରେ ସାରାଦେଶରେ ରାକ୍ଷୀ ପାଳିତ ହେବ।

Comment