ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫ’ ବୃଦ୍ଧିକୁ ନାପସନ୍ଦ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପାଇଛି। ଫି ବୃଦ୍ଧିକୁ ବିରୋଧ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଫି’ ବୃଦ୍ଧିକୁ ବିରୋଧ କରିବା ସହ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ କରନ୍ତୁ ବୋଲି ଅଭିଭାବକ ସଂଘ ଦାବି କରିଛି। ଏହାସହ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ପରୀକ୍ଷା ଫି’ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେବାକୁ ମହାସଂଘ କହିଛି।

ଅନ୍ୟପକ୍ଷରେ ଫି‘ ବୃଦ୍ଧିକୁ ନାପସନ୍ଦ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ‘‘ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି ବୃଦ୍ଧି ଠିକ୍‌ ହୋଇନାହିଁ। ଏହା କଷ୍ଟଦାୟକ ଏହା ଅଭିଭାବକଙ୍କୁ ବାଧିବ’’, କହିଛନ୍ତ ସମୀର ରଞ୍ଜନ ଦାଶ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏ ପ୍ରସଙ୍ଗରରେ କ’ଣ କରାଯାଇପାରିବ। ସେନେଇ ବିଭାଗ ସହ ଆଲୋଚନା କରିବି।’’

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଉଭୟ ଏସ୍‌ସି ଓ ଏସ୍‌ଟି ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି ବୃଦ୍ଧି କରିଛନ୍ତି କର୍ତ୍ତୃପକ୍ଷ।

ପୂର୍ବରୁ ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ୫୦ ଟଙ୍କା ଥିବାବେଳେ ଏବେ ଏହାକୁ ୧୨ଶହ ଟଙ୍କା କରାଯାଇଛି।

ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ହୋଇଛି। ସେହିପରି ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ  ବୋଲି ସିବିଏସ୍‌ଇ ପକ୍ଷରୁ ଘୋଷଣା କରାଯାଇଛି।

Comment