ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ଘୋଷଣା ହେବା ଦିନରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁ କଶ୍ମୀରରେ ଅଛନ୍ତି। ସେଠାରେ ସେ ନିଜେ ସୁରକ୍ଷା ସମୀକ୍ଷା କରୁଛନ୍ତି। ଅଗଷ୍ଟ ୧୫ ଅର୍ଥାତ ସ୍ୱାଧୀନତା ଦିବସ ଯାଏଁ ଡୋଭାଲ ସେଠାରେ ରହିବେ ଓ ଜମ୍ମୁ କଶ୍ମୀର ସୁରକ୍ଷା ସ୍ଥିତିର ରିପୋର୍ଟ ଦେବେ।

ସୋମବାର ଡୋଭାଲ ଶ୍ରୀନଗରର ବିଭିନ୍ନ ଅଞ୍ଚଳ ଓ ପୁଲଓ୍ୱାମା, ଅବନ୍ତିପୁରା ଗସ୍ତ କରିଛନ୍ତି। ଗ୍ରାଉଣ୍ଡ ଜିରୋରେ ଡୋଭଲା ନିଜ ଟିମ୍‌ ସହ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ଇଦ୍‌ ଅବସରରେ ଆଜି ଜମ୍ମୁ କଶ୍ମୀରରେ ପରିବେଶ ଶାନ୍ତିପୂର୍ଣ୍ଣ ରହିଛି। ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଶାନ୍ତିପୂର୍ଣ୍ଣ ଭାବେ ମସଜିଦରେ ନମାଜ ପାଠ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରାଳୟର ସୂଚନା ଅନୁସାରେ ଅନନ୍ତନାଗ, ବାରମୂଳା, ବଡ଼ଗାମ, ବାନ୍ଦୀପୁରରେ ଲୋକେ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇ ମିଠା ଖାଇବାକୁ ଦେଇଛନ୍ତି। କୌଣସି ହିଂସା ଦେଖା ଯାଇନି।

ଶନିବାର ଡୋଭାଲ ଅନନ୍ତନାଗରେ ସାଧାରଣ ଲୋକଙ୍କୁ ଦେଖା କରିଥିଲେ ଏବଂ ସେମାନଙ୍କ ସମସ୍ୟା ସଂପର୍କରେ ଜାଣିବାକୁ ଚାହିଁଥିଲେ। ଏଥିସହ ଡୋଭାଲ ସେଠାରେ ମେଷ ପାଳକଙ୍କ ସହ ମଧ୍ୟ କଥା ହୋଇଥିଲେ।

Comment