ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହାସହ ମୋଦି-ଶାହଙ୍କୁ ସେ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି ମଧ୍ୟ କହିଥିଲେ। ମୋଦି ଓ ଶାହଙ୍କ ମଧ୍ୟରୁ କିଏ ଅର୍ଜୁନ ଓ କିଏ କୃଷ୍ଣ ସେ ଜାଣି ନାହାନ୍ତି ବୋଲି କହିଥିଲେ।

ଚେନ୍ନାଇଠାରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ୨ବର୍ଷର କାର୍ଯ୍ୟକାଳକୁ ନେଇ ପ୍ରସ୍ତୁତ ଏକ ପୁସ୍ତକ ଉନ୍ମୋଚନ ସମୟରେ ଭାଷଣ ଦେଇ ରଜନୀକାନ୍ତ କହିଥିଲେ, ”କଶ୍ମୀର ପାଇଁ ମୋଦୀ-ଶାହଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହ, କୃଷ୍ଣ-ଅର୍ଜୁନଙ୍କ ପରି। ହେଲେ ମୋତେ ଜଣାନାହିଁ ଏମାନଙ୍କ ମଧ୍ୟରେ କିଏ କୃଷ୍ଣ ଓ କିଏ ଅର୍ଜୁନ।”

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ଵତନ୍ତ୍ର ସୁବିଧା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାସହ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ।

Comment